ରାଜ୍ୟରେ ୨୪ଘଣ୍ଟାରେ ୪୪୩ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଉପରୁ ହଟୁନି ବିପଦ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ସାମାନ୍ୟ ଆଶ୍ୱସ୍ତିକର ଅବସ୍ଥାରେ ରହିଛି । କହିବାକୁ ଗଲେ ଓଡିଶାରେ ଏବେ କରୋନା ଗ୍ରାଫ ଉପର ତଳ ମୁହାଁ ହେବାରେ ଲାଗିଛି । ବଢୁଥିବା ସଂକ୍ରମଣ ଉପରେ ସାମାନ୍ୟ ରୋକ ଲାଗିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଉପରୁ ହଟୁନି ବିପଦ । ତେବେ ରାଜ୍ୟରେ ଗତ ୨୪ଘଣ୍ଟାରେ ୪୪୩ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୮ବର୍ଷ ବୟସରୁ କମ ବୟସ ମଧ୍ୟରେ ୭୫ଜଣ ରହିଛନ୍ତି ।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୧୪, ବରଗଡ଼ରୁ ୨, ଭଦ୍ରକରୁ ୫, ବଲାଙ୍ଗିରରୁ ୩, କଟକରୁ ୨୭, ଗଞ୍ଜାମରୁ ୧, ଜଗତସିଂହପୁରରୁ ୭, ଯାଜପୁରରୁ ୧୧, କଳାହାଣ୍ଡିରୁ ଜଣେ, କେନ୍ଦ୍ରପଡ଼ାରୁ ୧୦, କୋରାପୁଟରୁ ୪, ମୟୂରଭଞ୍ଜରୁ ୨୦, ନୟାଗଡ଼ରୁ ୪ ଜଣ, ପୁରୀରୁ ୧୩, ରାୟଗଡ଼ାରୁ ୨, ସମ୍ବଲପୁରରୁ ୬, ସୁନ୍ଦରଗଡ଼ରୁ ୧୧ ଏବଂ ଷ୍ଟେଟପୁଲରୁ ୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏଥି ସହିତ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୭୭କୁ ବୃଦ୍ଧି ପାଇଛି ।ଏବେ ରାଜ୍ୟରେ ୪ ହଜାର ୯୯୭ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଗତ ୨୪ ଘଣ୍ଟାରେ ୩ ମୃତ୍ୟୁକୁ ମିଶାଇ ମୋଟ କରୋନା ମୃତ୍ୟୁସଂଖ୍ୟା ୮ ହଜାର ୨୮୫କୁ ବୃଦ୍ଧି ପାଇଛି । କରୋନାକୁ ମାତ୍ ଦେଇ ୧୦ ଲକ୍ଷ ୨୧ ହଜାର ୭୪୨ ଜଣ ସୁସ୍ଥ ହୋଇଛନ୍ତି ।