FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଆଜି ହେଉଛି କୁମାର ପୂର୍ଣ୍ଣିମା

ଆଜି ହେଉଛି କୁମାର ପୂର୍ଣ୍ଣିମା

ଆଜି ହେଉଛି କୁମାର ପୂର୍ଣ୍ଣିମା
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆମ ସଂସ୍କୃତି ଆମ ପରମ୍ପରା ସବୁଠୁ ବଢିଆ । ବର୍ଷକ ବାର ମାସ ତେର ପର୍ବରେ ପରିପୂର୍ଣ୍ଣ ଆମ ଦେଶ ଭାରତ । ହୋଲି,ରଜ,ଦଶହରା ଓ ପୋଙ୍ଗଲ ଏମିତି କେତେ ଯେ ପର୍ବ, ଯାହାକି ଦେଶର ଭିନ୍ନ ଭିନ୍ନ ଜାଗାରେ ଖୁବ୍ ନିଆରା ଢଙ୍ଗରେ ପାଳନ କରାଯାଇଥାଏ । ସେହିପରି ଆମ ରାଜ୍ୟ ଓଡିଶାର କୁମାର ପୂର୍ଣ୍ଣିମା । ସାରା ଓଡିଶାର ଘରେ ଘରେ ପରିଚିତ ଏହି ପର୍ବ । ଏମିତିରେ ଦେଖିବାକୁ ଗଲେ କୁଆଁରି ଝିଅମାନେ ଏହି ପର୍ବକୁ ଖୁବ୍ ଧୁମ୍ ଧାମରେ ପାଳନ କରିଥାନ୍ତି । କିନ୍ତୁ ଏହାର ଅନେକ ପ୍ରକାରର ମହତ୍ତ୍ୱ ରହିଛି । କୁମାର ପୂର୍ଣ୍ଣିମା ପାଳନ ବିଧି, ଏବଂ ଅନେକ ବିଶେଷତ୍ତ୍ୱ ରହିଛି ।
ଆଶ୍ୱିନ ମାସର ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା କୁହାଯାଏ । ଏହା ଶରତ ଋତୁରେ ପଡୁଥିବାରୁ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ ।

କୁହାଯାଏ ଏହି ଦିନ ଚନ୍ଦ୍ର ପୃଥିବୀର ନିକଟତମ ହୋଇଥାଏ ଏବଂ ଏହା ଆମ ସ୍ୱାସ୍ଥ୍ୟ ଓ ଚିନ୍ତାଧାରା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ । କୁମାରି ଝିଅମାନେ ଭଲ ବର ପାଇବା ପାଇଁ ମାନସିକ କରି ଏହି ଦିନ ଭଗବାନ କାର୍ତ୍ତିକ ଓ ଚନ୍ଦ୍ରଙ୍କୁ ପୂଜା କରିଥାନ୍ତି । ଏହାସହ ତୁଳସି ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି । ପୁରାଣରେ ବର୍ଣ୍ଣିତ ଅଛି ଯେ ତୁଳସି ଜଣେ ପତିବ୍ରତା ନାରୀ ଥିଲେ । ତାଙ୍କ ସତିତ୍ୱ ଯୋଗୁ ତାଙ୍କୁ ତୁଳସି ରୂପେ ପୂଜା ପାଇବା ପାଇଁ ବର ମିଳିଥିଲା । କୁମାର ପୂର୍ଣ୍ଣିମା ଦିନ କୁଆଁରି ଝିଅମାନେ ସୂର୍ଯ୍ୟଦୋୟ ପୂର୍ବରୁ ସ୍ନାନ କରି ନୂଆ ଡ୍ରେସ୍ ପିନ୍ଧି ସୂର୍ଯ୍ୟଙ୍କୁ ଖଇ ଆଞ୍ଜୁଳି ଟେକିଥାନ୍ତି । ଦିନ ସାରା ଉପବାସ କରି ସଂନ୍ଧ୍ୟା ସମୟରେ ଜହ୍ନ ଆସିବା ପରେ ଚଉରା ମୂଳରେ ପୁଣିଥରେ ପୂଜା କରଥାନ୍ତି । ଏହି ପୂଜାରେ ଚାନ୍ଦ ଆକାରର ଛେନାରେ ଏକ ଅର୍ଦ୍ଧ ଚନ୍ଦ୍ର କରାଯାଏ , ଏବଂ ପିଠା ପଣାରେ ମହକୁଥାଏ ପୂଜାର ପରିସର । ପୂଜା ଶେଷରେ କରାଯାଇଥିବା ଭୋଗକୁ ଉପାସ କରିଥିବା କୁମାରୀ ମାନେ ଗ୍ରହଣ କରି ସମାପ୍ତ କରନ୍ତି କୁମାର ପୂର୍ଣ୍ଣିମା ଏବଂ ଅପେକ୍ଷା କରନ୍ତି ଆଗାମି ବର୍ଷର ପୂର୍ଣ୍ଣମୀକୁ ।

Leave a Reply

Your email address will not be published. Required fields are marked *

Related Posts