- Home
- »
- Breaking News
- »
- ଭିଜିଲାନ୍ସ ଜାଲରେ ପଡିବା ପରେ ବିଡା ବିଡା ଟଙ୍କା ଫୋପାଡିଲେ ଅଧିକାରୀ
ଭିଜିଲାନ୍ସ ଜାଲରେ ପଡିବା ପରେ ବିଡା ବିଡା ଟଙ୍କା ଫୋପାଡିଲେ ଅଧିକାରୀ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଭିଜିଲାନ୍ସ ହାବୁଡରେ ଓଡିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡର ଡେପୁଟି ମ୍ୟାନେଜର । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରତାପ କୁମାର ସାମଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି। ପ୍ରତାପ ସାମଲଙ୍କ ଭୁବନେଶ୍ୱର ଆଇଆରସି ଭିଲେଜ୍ ପ୍ଲଟ୍ ନମ୍ବର ଏନ/୬-୪୧୬ରେ ଏକ ତିନିମହଲା କୋଠା, ଜୟଦେବ ବିହାରରେ ଏକ ଦୁଇମହଲା ଘର, ବିଜୁ ପଟ୍ଟନାୟକ କଲେଜ ଛକ ମା\’ ଭଗବତୀ ମନ୍ଦିର ବିପରୀତ ଦିଗରେ ଏକ ଛଅ ମହଲା କୋଠା, ଖଣ୍ଡଗିରି ସରକନ୍ତରାସ୍ଥିତ ଏକ ମହଲା କୋଠା, ଜୟଦେବ ବିହାରର ନରେନ୍ଦ୍ର ଭିଲାରେ ଥିବା ଫ୍ଲାଟ୍, ବାସୁଦେବପୁରରେ ତିନି ମହଲା କୋଠା ଏବଂ ତାଙ୍କ ନିଜ ଘର ସିମୁଳିଆ ହରିପୁରର ନିଜର ପୈତୃକ ଘର ଓ ସମ୍ପର୍କୀୟଙ୍କ ଘର ସହ ଙଚଐଡଉ କାର୍ୟ୍ୟାଳୟରେ ଚଢ଼ାଉ ଜାରି ରହିଛି। ଏଥିରେ ଜଣେ ଅତିରିକ୍ତ ଏସପି, ୫ଜଣ ଡ଼ିଏସପି, ୭ଜଣ ଇନ୍ସପେକ୍ଟରଙ୍କ ସହ ଓଡ଼ିଶା ଭିଜିଲାନ୍ସର ୧୦ଟି ଟିମ୍ ସାମିଲ ଅଛନ୍ତି। ଭିଜିଲାନ୍ସ ଚଢ଼ାଉବେଳେ ପ୍ରତାପଙ୍କ ଘରୁ ୩୮ଲକ୍ଷ ୧୨ହଜାର ୯ଶହ ନଗଦ ଟଙ୍କା ଜବତ ହୋଇଛି।