- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ଲଘୁଚାପ ଜନିତ ବର୍ଷା ପାଇଁ ରାଜ୍ୟର ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଲଘୁଚାପ ଜନିତ ବର୍ଷା ପାଇଁ ରାଜ୍ୟର ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) : ରାଜ୍ୟରେ ବର୍ତ୍ତମାନ ଳଘୁଚାପ ଜନିତ ବର୍ଷା ଲାଗି ରହିଛି । ଗତ କିଛି ଦିନ ହେବ ସାରା ରାଜ୍ୟରେ ବର୍ଷା ଲାଗି ରହିବା ସହିତ ଏହାର ପ୍ରଭାବରେ ଆଜି ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଏହି ଜିଲ୍ଲାଗୁଡିକ ହେଉଛନ୍ତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ଏହା ସହିତ ଉପକୂଳବର୍ତ୍ତୀ ଜିଲ୍ଲା ଓ ତତ୍ସଂଲଗ୍ନ କିଛି ଜିଲ୍ଲାକୁ ମିଶାଇ ମୋଟ ୧୭ଟି ଜିଲ୍ଲାରେ ଘଡ଼ଘଡ଼ି ଓ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନ ରହିଛି। ଉତ୍ତର ବଙ୍ଗୋପସାଗରରେ ଗଭୀର ସମୁଦ୍ରରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୬୦ କିଲୋମିଟର ମଧ୍ୟରେ ରହିବା ହେତୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।