FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିତ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିତ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିତ
SHARE NOW :

କେନ୍ଦୁଝର(ଦିଗାମ୍ବର ବେହେରା/ ଲାଇଭ ଓଡିଶା ନ୍ୟୁଜ): ଓଡ଼ିଶାର ଗର୍ବ ଓ ଗୌରବ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ୭୬ ତମ ଜନ୍ମଦିବଶ । ଏହି ଦିନଟିକୁ ଓଡ଼ିଶାର ପୁରପଲ୍ଲୀରେ ଲୋକମାନେ ବିଭିନ୍ନ ଢଙ୍ଗରେ ପାଳନ କରୁଥିବା ଦେଖିବାକୁ ମିଳିଛି । ଆଜି ଅପରାହ୍ନରେ ଯୋଡ଼ା ବ୍ଲକ ଦେଓଝର ପଞ୍ଚାୟତର ଗୋବର୍ଦ୍ଧନପୁର ପ୍ରାଥମିକ ବିଦ୍ୟାଳୟ ପରିଷରରେ ଯୋଡ଼ା ବ୍ଲକ ଛାତ୍ର ବିଜେଡି ସଭାପତି ଶ୍ରୀ ଯୁଧିଷ୍ଠିର ପଲେଇଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ବିଦ୍ୟାଳୟ ପରିଷରରେ ପହଞ୍ଚି କେକ୍ କାଟି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିବା ଦେଖିବାକୁ ମିଳିଛି।


ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ସେହି ପଞ୍ଚାୟତରେ ଥିବା ବିଦ୍ୟାଳୟ , ଅଙ୍ଗନବାଡି , ରାସ୍ତାଘାଟ ସଫେଇ କରିଥିବା ଜଣାପଡ଼ିଛି । ବହୁଦିନପରେ ସରପଞ୍ଚ ମଙ୍ଗଳ ମୁଣ୍ଡା ଓ ସମିତିସଭ୍ୟ ଯୁଧିଷ୍ଠିର ପଲେଇଙ୍କ ମାଧ୍ୟମରେ ଓଡ଼ିଶାର ମଉଡ଼ମଣି ନବୀନ ପଟନାୟକଙ୍କ ଜନ୍ମଦିନ ପାଳନ କରୁଥିବାରୁ ଗ୍ରାମବାସୀ ମାନେ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ଦେଓଝର ପଞ୍ଚାୟତର ସମସ୍ତ ଗ୍ରାମ ଗୁଡିକୁ ସଫେଇ କାର୍ଯ୍ୟକ୍ରମ ମାଧ୍ୟମରେ ସରସ ସୁନ୍ଦର କରିବାପାଇଁ ଲକ୍ଷ ରଖାଯାଇଛି ବୋଲି ସେମାନେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଛାତ୍ର ବିଜେଡି ଉପସଭାପତି ରାଧାକାନ୍ତ ପଣ୍ଡା , ୱାର୍ଡ ମେମ୍ବର ରେବତୀ ନାଏକ , ଦୁଷ୍ମନ୍ତ ବାରିକ ପ୍ରମୁଖ ଯୋଗଦେଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

Related Posts