FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ନବମ ଦିନରେ ମଧ୍ୟ ଅଚଳ ବିଧାନସଭା

ନବମ ଦିନରେ ମଧ୍ୟ ଅଚଳ ବିଧାନସଭା

ପଞ୍ଚମ ଦିନରେ ପୁଣି ବନ୍ଦହେଲା ବିଧାନସଭା
SHARE NOW :

ଭୁବନେଶ୍ବର (ଲାଇଭ ଓଡିଶା ବ୍ୟୁରୋ): ଆଜି ନବମ ଦିନରେ ବି ସମାନ ଅବସ୍ଥା ।ସ୍ୱଭାବିକ ହୋଇପାରୁନି ବିଧାନସଭାର ଶୀତକାଳୀନ ଅଧିବେଶନ । ଭିନ୍ନ ଭିନ୍ନ ତରିକାରେ ନାରାବାଜି କରି ବିଧାନସଭାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ବଧାନସଭା ଆରମ୍ଭରୁ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ମଧ୍ୟଭାଗକୁ ଆସି ଘଣ୍ଟ ବଜାଇବା ସହ ପ୍ଲା-କାର୍ଡ ଧରି ନାରାବାଜି କରିଥିଲେ । ବିରୋଧୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବାଚସ୍ପତିଙ୍କ କଥା କେହି ଶୁଣିନଥିଲେ । ତେଣୁ ବାଧ୍ୟ ହୋଇ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବି କରାଯାଇଛି । ୩ ଥର ସର୍ବଦଳୀୟ ବୈଠକ ପରେ ବି ସହଯୋଗ କରୁନାହାନ୍ତି ବିରୋଧୀ । ବିରୋଧୀଙ୍କ ଏପରି ବିଶୃଙ୍ଖଳା ପାଇଁ ବିଧାନସଭାରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁନି । ଉଠିପାରୁନି ଲୋକଙ୍କ ସ୍ବାର୍ଥ କଥା । ସେପଟେ ଆଜି ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବାର ରହିଛି । ୨୦୨୧-୨୨ ଆର୍ଥିକବର୍ଷ ନିମନ୍ତେ ରାଜ୍ୟ ସରକାର ଅତିରିକ୍ତ ୧୯ ହଜାର ୮୩୩ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଯାହା ଉପରେ ଆଜି ମୋହର ବାଜିବା ରହିଛି । ସେହିପରି ଆଜି ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସାଧାରଣ, ସାମାଜିକ ଓ ରାଜସ୍ବ କ୍ଷେତ୍ରର ସିଏଜି ରିପୋର୍ଟ ଉପସ୍ଥାପନ କରିବେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାର୍ଷିକ ରିପୋର୍ଟ, ରାଜ୍ୟ ପରିବହନ ନିଗମର ବାର୍ଷିକ ରିପୋର୍ଟ, ଜିଲ୍ଲା ଖଣିଜ ପାଣ୍ଠିର ବାର୍ଷିକ ରିପୋର୍ଟ ବିଭାଗୀୟ ମନ୍ତ୍ରୀ ଉପସ୍ଥାପନ କରିପାରନ୍ତି । ତେବେ ଅପରାହ୍ନ ୪ଟାରେ ହେବାକୁ ଥିବା ବୈଠକ ସୁରୁଖୁରରେ ହେବକି ନାହିଁ ତାହା ସନ୍ଦେହ ।

Leave a Reply

Your email address will not be published. Required fields are marked *

Related Posts