ଦୁଇ ବାଇକ ମୁହାଁମୁହିଁ, ଜଣେ ଗୁରୁତର

SHARE NOW :
ନୂଆପଡା (ରମେଶ ମେହେର/ ଲାଇଭ ଓଡିଶା ନ୍ୟୁଜ): ନୂଆପଡା ଜିଲ୍ଳା ସିନାପାଲି ଅନ୍ତର୍ଗତ ହାତିବନ୍ଧା ମୁଖ୍ୟରାସ୍ତା ବ୍ରିଜ ନିକଟରେ ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ ଦୁର୍ଘଟଣା ଘଟିଥିଲା । ଏଥିରେ ଜଣକୁ ଗୁରତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡିଛି। ଗୁରୁତର ବ୍ୟକ୍ତି ଜଣକ ଖଡ଼ିଆଳ ବ୍ଲକ କିରିକିଟା ଅନ୍ତର୍ଗତ ଖାଲିଆଭଟା ଗ୍ରାମର ବଲି ମାଝୀ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ ବଳି ମାଝୀ ଏକ ଟିଭିଏସ ଷ୍ଟାର ସିଟି ଗାଡିରେ ହାତିବନ୍ଧା ପଟ କୁ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ବଳି ମାଝୀ ଗୁରୁତର ହୋଇଥିବା ବେଳେ ଅନ୍ୟ ବାଇକରେ ଥିବା ତିନିଜଣ ସାମାନ୍ୟ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ମାନେ ସିନାପାଲି ଅନ୍ତର୍ଗତ ନୀଳଜୀ ଗ୍ରାମର ବିକ୍ରମ ଭୋଇ,କେଦାର ଭୋଇ ଓ କ୍ଷମା ଭୋଇ ବୋଲି ଜଣା ପଡିଛି। ଖବର ପାଇ ସିନାପାଲି ଆମ୍ବୁଲାନ୍ସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସିନାପାଲି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନେଇଥିବା ବେଳେ ଘଟଣା ସ୍ଥଳରେ ସିନାପାଲି ପୁଲିସ ପହଞ୍ଚି ଦୁଇ ବାଇକ କୁ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।