FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ମାତ୍ର ୫ମିନିଟ୍‌ରେ ଶେଷ ହୋଇଗଲା ସମସ୍ତ ଟିକେଟ୍‌

ମାତ୍ର ୫ମିନିଟ୍‌ରେ ଶେଷ ହୋଇଗଲା ସମସ୍ତ ଟିକେଟ୍‌

ମାତ୍ର ୫ମିନିଟ୍‌ରେ ଶେଷ ହୋଇଗଲା ସମସ୍ତ ଟିକେଟ୍‌
SHARE NOW :

ଭୁବନେଶ୍ୱର (ଲାଇଭ ଓଡ଼ିଶା): ବାରବାଟୀରେ ହେବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବାକୁ ଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ପାଇଁ ୫ ମିନିଟରେ ବିକ୍ରି ହୋଇଗଲା ୫ ହଜାର ଟିକେଟ୍ । । କଟକ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳା ଯିବାକୁ ଥିବାବେଳେ ବୁଧବାରଠାରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ହେଲେ ଆରମ୍ଭରୁ ଅନେକ ଦର୍ଶକଙ୍କୁ ନିରାଶ ହେବାକୁ ପଡିଛି ।

ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଅର୍ଥାତ ଦିନ ୨ଟାରେ ଖୋଲିଲା ୱେବସାଇଟ୍ ଓ ଆପ । ହେଲେ ଲୋକେ ଟିକେଟ କାଟିଲା ବେଳକୁ ସରି ଯାଇଥିଲା ଟିକେଟ୍ । ମାତ୍ର ୫ ମିନିଟରେ ଗ୍ୟାଲେରି ଟିକେଟ ଶେଷ ହୋଇଗଲା । ଜୁନ୍ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଟିକେଟ ପାଇଁ ରାଜ୍ୟର ଲକ୍ଷ ଲକ୍ଷ କ୍ରୀଡାପ୍ରେମୀ ହଟହଟା ହୋଇଛନ୍ତି । ହେଲେ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ମ୍ୟାଚ ଟିକେଟ୍ ।

ଜଣକା ସର୍ବାଧିକ ୨ଟି ଲେଖାଏଁ ଟିକେଟ ଅନଲାଇନରେ କରିପାରିବେ ବୋଲି ନିୟମ ଥିବାବେଳେ ଏକାଧିକ ଟିକେଟ କାଟି କିଛି ଯୁବକ ଟ୍ୱିଟର ଓ ହ୍ୱାଟ୍ସଆପରେ ବିକ୍ରି କରିବା ପାଇଁ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

Related Posts