FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ରାଜ୍ୟକୁ ଗଞ୍ଜେଇ ମୁକ୍ତପାଇଁ ଅପରେସନ୍ ଗ୍ରୀନ୍ କ୍ଲିନ୍

ରାଜ୍ୟକୁ ଗଞ୍ଜେଇ ମୁକ୍ତପାଇଁ ଅପରେସନ୍ ଗ୍ରୀନ୍ କ୍ଲିନ୍

ରାଜ୍ୟକୁ ଗଞ୍ଜେଇ ମୁକ୍ତପାଇଁ ଅପରେସନ୍ ଗ୍ରୀନ୍ କ୍ଲିନ୍
SHARE NOW :

ଚିତ୍ରକୋଣ୍ଡା (ଲାଇଭ ଓଡିଶା ବ୍ୟୁରୋ ):ରାଜ୍ୟରେ ଦିନକୁ ଦିନ ଯେତେ ମାତ୍ରାରେ ଗଞ୍ଜେଇ ଜବତ କରାଯାଉଛି ସେତିକିୁ ମାତ୍ରାରେ ମଧ୍ୟ ଗଞ୍ଜେଇ ଉତ୍ପାଦନ କରାଯାଉଛି । ତେଣୁ ରାଜ୍ୟକୁ ଗଞ୍ଜେଇ ମୁକ୍ତ କରିବା ପାଇଁ କମିସନରେଟ୍ ପୋଲିସ ମକ୍ଷରୁ ଆରମ୍ଭ ହୋଇଛି ଅପରେସନ୍ ଗ୍ରିନ୍ କ୍ଲିନ୍ । ଏହି ଗ୍ରୀନ କ୍ଲିନରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ବିପୁଳ ପରିମାଣରେ ଗଞ୍ଜେଇ ଗଛକୁ କାଟି ଚିତ୍ରକୋଣ୍ଡା ପୋଲିସ ଓ ଅବକାରୀ ବିଭାଗ ସଫା କରିଛି । ସୂଚନା ଅନୁସାରେ, ଚିତ୍ରକୋଣ୍ଡା ପାହାଡିଆ ଅଞ୍ଚଳକରେ ଏହି ଗଞ୍ଜେଇ ଚାଷ ହୋଇଥିଲା ।
ତେବେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୋରଗୁଡା ପଞ୍ଚାୟତର କମାରଗୁଡା, ବଡପୁଟ ଅଞ୍ଚଳରେ ୯୨ ଏକର ପାହାଡିଆ ଚାଷ ଜମିରେ ଚାଲୁଥିବା ୧ ଲକ୍ଷ ୩୮ ହଜାର ଟଙ୍କାର ଗଞ୍ଜେଇ ଗଛକୁ ସଂପୁର୍ଣ୍ଣ ଭାବେ ନଷ୍ଟ କରି ଦିଆଯାଇଛି । ଯାହାର ମୂଲ୍ୟ ୧୩ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଚିତ୍ରକୋଣ୍ଡା ପୋଲିସ ସୂଚନା ଦେଇଛି । ଯଦି ଏହି ଭଳି ଭାବରେ ରାଜୟରେ ଗଞ୍ଜେଇର ମୂଳପୋଛ କରାଯାଏ ଏବଂ ନିଶା ବ୍ୟବସାୟୀ ମାନଙ୍କୁ ଉଚିତ ଦଣ୍ଡ ଦିଆଯାଏ ତେବେ ଏଭଳି ସ୍ଥିତିରେ ସୁଧାର ନିଶ୍ଚୟ ଆସିବ ।

Leave a Reply

Your email address will not be published. Required fields are marked *

Related Posts