FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆସନ୍ତାକାଲି ବିଧାନସଭା ଶୀତ ଅଧିବେଶନ, ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ

ଆସନ୍ତାକାଲି ବିଧାନସଭା ଶୀତ ଅଧିବେଶନ, ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ

ଆସନ୍ତାକାଲି ବିଧାନସଭା ଶୀତ ଅଧିବେଶନ, ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ । ଏନେଇ ୩୦ପ୍ଲାଟନୁ ଫୋର୍ସ ମୁତୟନ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଗକୁ ବିଧଶନସଭା ଅଧିବେଶନ ବସିବାକୁ ଥିବାବେଳେ ନିଜ ନିଜ ଦଳର ରଣନୀତି ପ୍ରସ୍ତୁତ ନେଇ ଆଜି ବସୁଛି ବିଧାୟକ ଦଳ ବୈଠକ । ଏଥର ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ହାତରେ ରଖି ପ୍ରସ୍ତୁତ ରହିଛନ୍ତି । ବିଜେପି ହାତରେ ସରକାରଙ୍କୁ ଘେରିବା ପାଇଁ ମମିତା ହତ୍ୟାକାଣ୍ଡ, ଏସିଏଫ୍ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଓ ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ ଥିବା ବେଳେ କଂଗ୍ରେସ ହାତରେ ଚାଷୀ ସମସ୍ୟା, ବେକାରୀ ଓ ଦରବୃଦ୍ଧି ସହ ଆଇନଶୃଙ୍ଖଳା ପ୍ରସଙ୍ଗ ମୁକାବିଲା ପାଇଁ ଶାସକ ଦଳ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ବିଜେଡି ଏଥର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ସହ କେନ୍ଦ୍ର ଅବେହେଳାକୁ ପ୍ରସଙ୍ଗ କରିବ। କୋଭିଡ୍ କଟକଣା ଭିତରେ ସକାଳ ସାଢେ ୧୦ଟାରୁ ଦିନ ୧ଟା ୩୦ ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୪ଟା ପର‌୍ୟ୍ୟନ୍ତ ଚାଲିବ। ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ଚାଲିବ ଗୃହକାର‌୍ୟ୍ୟ। ଏଥର ଅଧିବେଶନରେ ମୋଟ ୨୬ଟି କାର‌୍ୟ୍ୟଦିବସ ରହିଛି। ୩୦ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୧୫୦ ଅଫିସର ମୁତୟନ ହେବେ। ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ବିଧାନସଭା ବାହାର ଓ ଭିତର ଯାଞ୍ଚ କରିବେ ପୋଲିସ ଡିଜି। ପିଏମ୍ଜିରେ ନୂଆ ସିସିଟିଭି କ୍ୟାମେରା ଲଗାଯାଇଛି। ଆତ୍ମାହୁତି ରୋକିବା ଲାଗି ବିଧାନସଭା ମାର୍ଗରେ କଟକଣା ଜାରି କରାଯାଇଛି। ଜୟଦେବ ଭବନ ଠାରୁ ରବିନ୍ଦ୍ର ମଣ୍ଡପ ଛକ, ରବୀନ୍ଦ୍ର ମଣ୍ଡପ ଛକଠାରୁ ୧୨୦ ବାଟାଲିୟନ୍ ଛକ ଯାଏଁ ସାଧାରଣ ଲୋକଙ୍କ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଛି। .

Leave a Reply

Your email address will not be published. Required fields are marked *

Related Posts