- Home
- »
- Breaking News
- »
- ବିରୋଧୀ ବନାମ ବିଜେଡି
ବିରୋଧୀ ବନାମ ବିଜେଡି

SHARE NOW :
ମମିତା ମୃତ୍ୟୁ ଘଟଣାରେ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଡୁଆ ବଢିବାରେ ଲାଗିଛି । ଏହି ଘଟଣାକୁ ନେଇ ବିରୋଧୀ ଏବେ ନଛୋଡ ବନ୍ଧା । ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରି ବିଜେପି ରାସ୍ତାରେ ଲଢେଇ ଜାରି ରଖିଥିବା ବେଳେ କଂଗ୍ରେସ ବି ସରକାରଙ୍କୁ ଦେଇଛି ଅଲଟି ମେଟମ । ମନ୍ତ୍ରୀ ହଟିବେ ନହେଲେ ସାରକାରଙ୍କୁ ପାଣି ପିଆଇବେ । ବିରୋଧ ସେ ପ ଯ୍ୟ ର୍ନ୍ତ ଜାରି ରହିବ ଯେ ପର୍ଯ୍ୟନ୍ତ ମମିତାଙ୍କୁ ନ୍ୟାୟ ମିଳି ନାହିଁ ।
ଦରବୃଦ୍ଧି ପ୍ରସଙ୍ଗ ଉଠାଇ ବିଜେଡ. ବିଜେପିର ଆନ୍ଦୋଳନକୁ ଚାପି ଦେଇଛି ସତ କିନ୍ତୁ କଂଗ୍ରେସର ଆଭିମୁଖ୍ୟ ଦେଖି ଲାଗୁଛି ସରକାରଙ୍କ ପାଇଁ ଏଥର ରାସ୍ତା ଅଧିକ କଣ୍ଟକିତ । ସେପଟେ ଖୋଦ ସରକାରୀ ଦଳର ନେତା ବି ବିରୋଧୀଙ୍କ ଭାଷା କହୁଛନ୍ତି । ଆଉ ଏହି ମାମଲାରେ ସରକାରଙ୍କୁ ସମାଲୋଚନା ବି କରୁଛନ୍ତି । ତେବେ ବିରୋଧୀଙ୍କ ଏହି ପ୍ରୟାସ ସଫଳ ହେବ ନାହିଁ ବୋଲି ବିଜେଡି କହିଛି ।
ଏକଥା ସତ ଯେ ନବୀନ ଠିକ୍ ସମୟରେ ହିଁ ନିଷ୍ପତ୍ତି ନିଅନ୍ତି । ତାଙ୍କ ଉପରେ କୌଣସି ଚାପର ପ୍ରଭାବ ପଡେ ନାହିଁ । ଆନ୍ଦୋଳନ ଜରିଆରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ହଟାଇବାରେ ସଫଳ ହେଲେ ବିରୋଧୀ ସ୍କୋର କରିବେ କିନ୍ତୁ ବିଜେଡି ତାହା କେବେ କରିବାକୁ ଦେବନାହିଁ ।