FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସଶକ୍ତ ବିଜେଡି,ଥରହର ବିରୋଧୀ

ସଶକ୍ତ ବିଜେଡି,ଥରହର ବିରୋଧୀ

ସଶକ୍ତ ବିଜେଡି,ଥରହର ବିରୋଧୀ
SHARE NOW :

ସମ୍ବଲପୁର (ନୀଳାଚଳ ଲାଇଭଓଡିଶା ନ୍ୟୁଜ)ବୁାରୋ:ଶଙ୍ଖ ଧ୍ୱନୀରେ ପ୍ରକମ୍ପିତ ହେଲା ସମ୍ବଲପୁର ରେଢାଖୋଲ ।ସଶକ୍ତ ହେଉଛି ବିଜେଡି । ଗତ ୩ ମାସ ମଧ୍ୟରେ ନିଜ ଦଳ ଛାଡି ପାଖାପାଖି ୧୦୦୦୦ କର୍ମୀ ଯୋଗଦେଇସାରିଲେଣି । ଆଜି ବିଜେଡି ସାଂଗଠନିକ ସଂମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ଉପସ୍ଥିତରେ ଶତାଧିକ ଶତାଧିକ ବିଜେପି ଏବଂ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଇଛନ୍ତି । ସ୍ଥାନୀୟ କଦମ୍ବ ପଡ଼ିଆରେ ଆୟୋଜିତ ବିଜେଡିର ୱାର୍ଡ ସ୍ତରୀୟ କର୍ମଶାଳା ଓ ମିଶ୍ରଣ ପର୍ବରେ ଶଙ୍ଖ ଧରିଛନ୍ତି ଶତାଧିକ ନେତା । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ବିଜେଡିର ଶୃଙ୍ଖଳାରେ ଅନୁପ୍ରାଣିତ ହୋଇ ଶତାଧିକ ଲୋକ ବିଜେଡିରେ ନିଜକୁ ସାମିଲ କରିଛନ୍ତି । ଏହି କାର‌୍ୟ୍ୟକ୍ରମରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେଡି ମୁଖପାତ୍ର ସଂଜୟ ବାବୁ ଓ ବହୁ ବରିଷ୍ଠ ନେତା କର୍ମୀ ଉପସ୍ଥିତ ରହିଥିଲେ । ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ରଣନୀତି ଏବଂ ଦଳର ବିଭିନ୍ନ କାର‌୍ୟ୍ୟଧାରା ସମ୍ପର୍କରେ ଆଲୋକପାତ କରାଯାଇଥିଲା । ବୁଥ ସ୍ତରୀୟ କର୍ମୀସମ୍ମିଳନୀ ମାଧ୍ୟମରେ ବିଜେଡ଼ିର କାର‌୍ୟ୍ୟକର୍ତ୍ତାଙ୍କୁ ଦଳକୁ ବିଜୟ କରିବାର ମନ୍ତ୍ର ଦେଇଥିଲେ ପ୍ରଣବ ପ୍ରକାଶ ।ସେହିପରି ରାଉରକେଲାରେ ମଧ୍ୟ ୫୦୦ ରୁ ଅଧିକ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଏବଂ ଲୋକାଭୀମୁଖି କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡି ରେ ସାମିଲ ହୋଇଛନ୍ତି ।ଖଇରଵନ୍ଧ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପର‌୍ୟ୍ୟବେକ୍ଷକ ତଥା ବିଧାୟକ ପ୍ରିତୀ ରଞ୍ଜନ ଘଡେଇଙ୍କ ଉପସ୍ଥିତିରେ ଵିଜୁ ଜନତା ଦଳରେ ଯୋଗଦେଲେ। ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟଭିଡିଲାଣି ବିଜେଡି । ଅନ୍ୟପଟେ ଦଳଛାଡି ଅନେକ କର୍ମୀ ବିଜେଡିରେ ଯୋଗଦେଲା ପରେ ବିଜେଡିର ପରାକାଷ୍ଠା ଦେଖି ଥରହର ବିରୋଧି ।

Leave a Reply

Your email address will not be published. Required fields are marked *

Related Posts