FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ମୟୁରଭଞ୍ଜରେ ଓଡ଼ିଆ ପ୍ରାଥମିକ ଶିକ୍ଷାରେ ଆଶାର କିରଣ, ଏସ.ଭି.ଏମ ର ନୂଆ କାମ୍ପସ୍

ମୟୁରଭଞ୍ଜରେ ଓଡ଼ିଆ ପ୍ରାଥମିକ ଶିକ୍ଷାରେ ଆଶାର କିରଣ, ଏସ.ଭି.ଏମ ର ନୂଆ କାମ୍ପସ୍

ମୟୁରଭଞ୍ଜରେ ଓଡ଼ିଆ ପ୍ରାଥମିକ ଶିକ୍ଷାରେ ଆଶାର କିରଣ, ଏସ.ଭି.ଏମ ର ନୂଆ କାମ୍ପସ୍
SHARE NOW :

ମୟୂରଭଞ୍ଜ(ଲାଇଭ ଓଡିଶା ନ୍ୟୁଜ): ବର୍ତ୍ତମାନର ଆଧୁନିକତାର ସମାଜରେ ସବୁଠାରେ ମାଳ ମାଳ ଗଢ଼ି ଉଠିଛି ଇଂରାଜୀ ମାଧ୍ୟମର ବିଦ୍ୟାଳୟ। କିନ୍ତୁ ମୟୁରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେଇ ପ୍ରାଥମିକ ଶିକ୍ଷାକୁ ମିଳିଛି ଏକ ଆଧୁନିକତାର ଛାପ। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସ୍ମାର୍ଟ କ୍ଲାସ ରୁମ ସହିତ ଦୀର୍ଘ ବର୍ଷର ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ୱାରା ଶିକ୍ଷାଦାନର ସୁବ୍ୟବସ୍ଥା ଏଠାରେ ଉପଲବ୍ଧ। ବର୍ଷ ଧରି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ଶହଶହ କୃତୀ ଛାତ୍ରଛାତ୍ରୀ ତିଆରି କରି ଉତ୍ତର ଓଡିଶାରେ ଉଲ୍ଲେଖଯୋଗ୍ୟ ଅବଦାନ ଦେଇ ଆସିଛି ସାଇ ବିଦ୍ୟାମନ୍ଦିର (ଏସ.ଭି.ଏମ)। ଜିଲ୍ଲାର ଶିକ୍ଷା ଆବଶ୍ୟକତାକୁ ନଜରରେ ରଖି ଆଜିଠାରୁ ପ୍ରାଥମିକ ଶିକ୍ଷା ସ୍ତରରେ ଏସ.ଭି.ଏମ ଆରମ୍ଭ କରିଛି ତା’ର ନୂଆ କାମ୍ପସ୍। ବାରିପଦା ପୂର୍ଣ୍ଣଚନ୍ଦ୍ରପୁର ଠାରେ ଖୋଲିଥିବା ଏସ.ଭି.ଏମ ର ଏହି ନୂତନ ଆଧୁନିକ କାମ୍ପସ୍ ରେ ଷଷ୍ଠ ରୁ ୧୦ମ ପର‌୍ୟ୍ୟନ୍ତ ଶ୍ରେଣୀ ଖୋଲିଛି। ଆଗକୁ ପ୍ରଥମ ରୁ ୫ମ ପର‌୍ୟ୍ୟନ୍ତ ଶ୍ରେଣୀ ଏଥିରେ ଯୋଡି ହେବ। ଏହି ଓଡିଆ ମିଡିଅମ୍ ସ୍କୁଲରେ ଖୁବ୍ ଅଳ୍ପ ବ୍ୟୟରେ ଇଂଲିସ୍ ମିଡିଅମ ସ୍କୁଲର ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି। ନୂଆ କାମ୍ପସରେ ଅତ୍ୟାଧୁନିକ ଅଗ୍ନି ନିର୍ବାପକ କ୍ଲାସ ରୁମ, ଲାଇବ୍ରେରୀ, କଳା ଓ ସଙ୍ଗୀତ ଶିକ୍ଷା କକ୍ଷ ସହିତ ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାର ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ମୟୁରଭଞ୍ଜର ଓଡିଆ ଶିକ୍ଷା ମାଧ୍ୟମର ପିଲାମାନେ ଉନ୍ନତ ମାନର ଶିକ୍ଷାଲାଗି କେମିତି ଆଉ ବାହାରକୁ ଯିବେନାହିଁ ସେଇ ଲକ୍ଷ ରଖିଛନ୍ତି ବୋଲି କହିଛନ୍ତି ସ୍କୁଲର ସମ୍ପାଦକ। ଆଜିକାର ସମୟରେ ସର୍ବତ୍ର ଇଂରାଜୀ ଭାଷାରେ ଶିକ୍ଷା ଲାଭର ଚାହିଦା ବଢୁଥିବା ବେଳେ ଉଚ୍ଚ କୋଟିର ଓଡ଼ିଆ ଭାଷାର ବିଦ୍ୟାଳୟ ଖୋଲି ଛାତ୍ର ଛାତ୍ରୀ ମାନକୁ ଉଚିତ ମାର୍ଗଦର୍ଶନ କରାଇବା ବହୁତ କମ ଦେଖିବାକୁ ମିଳୁଛି। କିନ୍ତୁ ଏହି ଏସଭିଏମ୍ ଶିକ୍ଷାନୁଷ୍ଠାନ ମୟୁରଭଞ୍ଜ ନୁହେଁ ସମଗ୍ର ଉତ୍ତରଓଡିଶାର ଓଡିଆ ମାଧ୍ୟମ ଶିକ୍ଷାକୁ ତୃଣମୂଳ ସ୍ତରରେ ପ୍ରଚାର ପ୍ରସାର କରିବା ସହିତ ଏକ ନୂତନ ଦିଗ ପ୍ରଦାନ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଉତ୍ତରଓଡିଶା ଉଚ୍ଚମାଧ୍ୟମିକ ଶିକ୍ଷାପରିଷଦର ଉପସଚିବ।

Leave a Reply

Your email address will not be published. Required fields are marked *

Related Posts