FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପଞ୍ଚାୟତ ନିର୍ବାଚନ: ସର୍ବଦଳୀୟ ବୈଠକରେ ମଦମୁକ୍ତ ନିର୍ବାଚନ ପ୍ରସ୍ତାବ

ପଞ୍ଚାୟତ ନିର୍ବାଚନ: ସର୍ବଦଳୀୟ ବୈଠକରେ ମଦମୁକ୍ତ ନିର୍ବାଚନ ପ୍ରସ୍ତାବ

ପଞ୍ଚାୟତ ନିର୍ବାଚନ: ସର୍ବଦଳୀୟ ବୈଠକରେ ମଦମୁକ୍ତ ନିର୍ବାଚନ ପ୍ରସ୍ତାବ
SHARE NOW :

(ଲାଇଭ ଓଡିଶା ନ୍ୟୁଜ): ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଶେଷ ହୋଇଛି ସର୍ବଦଳୀୟ ବୈଠକ । ନିର୍ବାଚନକୁ ଶାନ୍ତିର ବାତାବରଣ ସହିତ ତୁଲାଇବା ପାଇଁ ବୈଠଳରେ ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଆଲୋଚନା କରାଯାଇଛି । ତେବେ ମଦମୁକ୍ତ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଏହି ବୈଠଳରେ ପ୍ରସ୍ତାବ ଦେଇଛନ୍ତି । ଏହାସହିତ ପୂର୍ବରୁ ସରପଞ୍ଚ ଓ ସମିତି ସଭ୍ୟଙ୍କ ଖର୍ଚ୍ଚ ସୀମା ୮୦ହଜାର ଟଙ୍କା ଥିଲା ତେବେ ଖର୍ଚ୍ଚ ସୀମା ୧ଲକ୍ଷ ୬୦ହଜାରରୁ ୨ଲକ୍ଷ ପର୍ଯ୍ୟନ୍ତ କରିବାକୁ ବିଭିନ୍ନ ରାଜର୍ନେତିକ ଦଳ ଦାବି କରିଛନ୍ତି । ଅନ୍ୟପଟେ ଜିଲ୍ଲା ପରିଷଦ ସଭ୍ୟଙ୍କ ଖର୍ଚ୍ଚ ସୀମା ୨ଲକ୍ଷରୁ ୫ଲକ୍ଷ କରିବାକୁ ଦାବି ହୋଇଛି । ସେହିପରି ଭୋଟ ଗ୍ରହଣ ସମୟ ଅବଧି ବଢାଇବାକୁ ମଦ୍ୟ ଦାବି କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ସଂଶୋଧିତ ଭୋଟର ତାଲିକାରେ ଯୁବବର୍ଗଙ୍କୁ ସାମିଲ କରିବା ସହ ନକଲି ଭୋଟର କାର୍ଡକୁ ଚିହ୍ନଟ କରି ନାକଚ କରିବାକୁ ବିଭିନ୍ନ ରାଜନୈତିକ ଦଳ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts