- Home
- »
- Breaking News
- »
- ଘୁଞ୍ଚିବନି ପଞ୍ଚାୟତ ନିର୍ବାଚନ, ଖୁବଶୀଘ୍ର ଘୋଷଣା ହେବ ନିର୍ବାଚନ ତାରିଖ
ଘୁଞ୍ଚିବନି ପଞ୍ଚାୟତ ନିର୍ବାଚନ, ଖୁବଶୀଘ୍ର ଘୋଷଣା ହେବ ନିର୍ବାଚନ ତାରିଖ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ); ପଞ୍ଚାୟତ ନିର୍ବାଚନକୁ ନେଇ ଉଠୁଥିବା ଗୁଜବକୁ ଖଣ୍ଡନ କରିଛନ୍ତି ପଂଚାୟତିରାଜ ମନ୍ତ୍ରୀ । ତେବେ ପଂଚାୟତ ନିର୍ବାଚନ ଘୁଂଚିବା ନେଇ ସ୍ୱଷ୍ଟିକରଣ ଦେଇଛନ୍ତି ପଂଚାୟତିରାଜ ମନ୍ତ୍ରୀ । ସେ କହିଛନ୍ତି ଘୁଂଚିବନି ପଂଚାୟତ ନିର୍ବାଚନ, ରାଜ୍ୟସରକାର ଏନେଇ ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବ । ଫେବୃଆରୀରେ ରାଜ୍ୟରେ ପଂଚାୟତ ନିର୍ବାଚନ ହେବାର ଅଛି । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ବି ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ କମିଶନ ନଭେମ୍ବର ୧୬ ତାରିଖରେ ବିଜ୍ଞପ୍ତି ଜାରି କରି ପଂଚାୟତ ନିର୍ବାଚନର ସିଟ ସଂରକ୍ଷଣ ତାଲିକା ଜାରି କରିଥିଲେ । ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଜନସଂଖ୍ୟା ଆଧାରରେ ପଛୁଆ ବର୍ଗ, ଅନୂସୁଚିତ ଜାତି ଓ ଜନଜାତିଙ୍କୁ ମିଳିଛି ସଂରକ୍ଷଣ । ଏଥର ୬ ହଜାର ୭୯୪ ପଂଚାୟତ ଏବଂ ୯୧ ହଜାର ୯୧୬ ୱାର୍ଡରେ ତ୍ରିସ୍ତରୀୟ ନିର୍ବାଚନ ହେବ । ସେଥିମଧ୍ୟରୁ ୪୯ ହଜାର ୪୬୯ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ପାଇଁ ୧୨ ହଜାର ୩୧ଟି ୱାର୍ଡ ସଂରକ୍ଷିତ ରହିଛି । ସରପଂଚ ପାଇଁ ୬ ହଜାର ୭୯୪ ପଂଚାୟତ ମଧ୍ୟରୁ ୩୫ ଶହ ସିଟ୍ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଛି ।