FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପଞ୍ଚାୟତ ନିର୍ବାଚନ: ବଢିଲା ନିର୍ବାଚନୀ ଖର୍ଚ୍ଚସୀମା

ପଞ୍ଚାୟତ ନିର୍ବାଚନ: ବଢିଲା ନିର୍ବାଚନୀ ଖର୍ଚ୍ଚସୀମା

ପଞ୍ଚାୟତ ନିର୍ବାଚନ: ବଢିଲା ନିର୍ବାଚନୀ ଖର୍ଚ୍ଚସୀମା
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏନେଇ ରାଜନୀତିକ ମହଲ ସରଗରମ ହୋଇସାରିଛି । ପଂଚାୟତ ନିର୍ବାଚନରେ ପ୍ରାର୍ଥୀମାନଙ୍କର ଖର୍ଚ୍ଚ ସୀମା ବଢାଇ ଦିଆଯାଇଥିବାର ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନିୟମାନୁସାରେ ପଂଚାୟତିରାଜ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ପୂର୍ବ ତୁଳନାରେ ଅଧିକ ଟଙ୍କା ଖର୍ଚ୍ଚ କରିପାରିବେ ।ଜିଲ୍ଲା ପରିଷଦ ସଭ୍ୟମାନେ ନିର୍ବାଚନରେ ୫ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ଏବଂ ଏହାସହିତ ସେମାନେ ମୋଟ ୫ଟି କାର ଓ ୧୦ଟି ବାଇକ ବ୍ୟବହାର କରିପାରିବେ । ସେହିଭଳି ପଂଚାୟତ ସମିତି ଓ ସରପଂଚ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ଏହାସହିତ ନିର୍ବାଚନ କମିଶନ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଭୋଟିଂ ସମୟକୁ ମଧ୍ୟ ପରିବର୍ତ୍ତନ କରିଛନ୍ତି । ଏଥର ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ । ଗତ ୬ ତାରିଖ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମସ୍ତ ରାଜନୈତିକ ଦଳଗୁଡ଼ିକର ବୈଠକ ବେଳେ ନିର୍ବାଚନୀ ଖର୍ଚ୍ଚ ବଢ଼ାଇବାକୁ ଦାବି କରାଯାଇଥିଲା।

Leave a Reply

Your email address will not be published. Required fields are marked *

Related Posts