- Home
- »
- Breaking News
- »
- ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ରେ ପ୍ରକାଶ ପାଇବ ପୂର୍ଣ୍ଣାଙ୍ଗ ଭୋଟର ତାଲିକା
ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ରେ ପ୍ରକାଶ ପାଇବ ପୂର୍ଣ୍ଣାଙ୍ଗ ଭୋଟର ତାଲିକା

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ନିର୍ବାଚନକୁ ନେଇ ଆସିଲା ବଡ ଖବର । ଏନେଇ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଆଦିତ୍ୟ ପାଢ଼ୀ ଆଜି ପ୍ରେସିମଟ୍ କରିଛନ୍ତି । ସେ କହିଛନ୍ତି ଯେ, ୨୦୨୨ ମାର୍ଚ୍ଚ ୨୨ରେ ସରିବ ପଞ୍ଚାୟତ କାର୍ୟ୍ୟକାଳ । ତାଙ୍କର ଶେଷ ହେବା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର୍ ତାଲିକା ପ୍ରକାଶ ପାଇବ । ପ୍ରାରମ୍ଭିକ ପର୍ୟ୍ୟାୟରେ ୨୯ ଜିଲ୍ଲାର ଭୋଟର୍ ତାଲିକା ପ୍ରକାଶ ପାଇବ । ରେମୁଣାକୁ ଏନଏସି ମାନ୍ୟତା ଦେବାର ଥିବାରୁ ବାଲେଶ୍ୱର ତାଲିକା ବିଳମ୍ବ ହେବ ବୋଲି ସେ କହିଛନ୍ତି ।