- Home
- »
- Breaking News
- »
- ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ
ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ରାଜ୍ୟର ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ । ଫୁଲବାଣୀ ଗସ୍ତରେ ଥିବା ବେଳେ ସେ ହଠାତ ଅସୁସ୍ଥତା ଅନୁଭବ କରିଛନ୍ତି । ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ବେଳେ ତାଙ୍କର ନିମ୍ନ ରକ୍ତଚାପ ହୋଇଯାଇଥିବାର ସୂଚନା ମିଳିଛି । ଫୁଲବାଣୀ ସର୍କିଟ ହାଉସରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମନ୍ତ୍ରୀଙ୍କ ଚିକିତ୍ସା କରୁଥିବା ବେଳେ ତାଙ୍କୁ ଭୁବନେଶ୍ୱର ଏଆର ଲିପ୍ଟ କରାଯିବ । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।