ଜୁଲାଇ ୧୬ ଯାଏ ବଢ଼ିଲା ଆଂଶିକ ଲକ୍ଡାଉନ୍

SHARE NOW :
ଭୁବନେଶ୍ୱର (ଲାଇଭ୍ଓଡ଼ିଶା ନ୍ୟୁଜ୍): ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍ଡାଉନ୍ ଅବଧିକୁ ବଢ଼ା ଯାଇଛି। ଜୁଲାଇ ଗାଇଡଲାଇନ୍ ନେଇ ମୁଖ୍ୟ ଶାସନ ସଚିବ ଆଜି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଆଂଶିକ ଲକ୍ଡାଉନକୁ ଲୋକେ ପାଳନ କରିଛନ୍ତି। ୧୭ ଜିଲ୍ଲାରେ ସଂଧ୍ୟା ୫ ଯାଏ ସବୁ ଦୋକାନ ଖୋଲିବାକୁ ଅନୁମତି ଥିଲା। ଖୁସିର କଥା ୧୭ ଜିଲ୍ଲାରେ ସଂକ୍ରମଣ ଆଉ ବଢ଼ି ନାହିଁ। ବାକି ୧୩ ଜିଲ୍ଲାରୁ ୩ ଜିଲ୍ଲାରେ ପଜିଟିଭିଟି ୫%ରୁ କମ୍ ରହିଛି। ୩ ଜିଲ୍ଲାରେ ପଜିଟିଭିଟି ରେଟ୍ ୫%କୁ କମିଥିବାରୁ କାଟେଗୋରୀ Aକୁ ଏହି ୩ ଜିଲ୍ଲା ଯାଇଛି। ଫଳରେ ସଂକ୍ରମଣ କମିଥିବା ୨୦ଟି ଜିଲ୍ଲା କାଟେଗୋରୀ Aରେ ସାମିଲ ହୋଇଛି।