FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ସଂମୁଖରେ ଶାନ୍ତିପୁର୍ଣ୍ଣ ପ୍ରତିବାଦ

କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ସଂମୁଖରେ ଶାନ୍ତିପୁର୍ଣ୍ଣ ପ୍ରତିବାଦ

କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ସଂମୁଖରେ  ଶାନ୍ତିପୁର୍ଣ୍ଣ ପ୍ରତିବାଦ
SHARE NOW :

କଳାହାଣ୍ଡି, ୧୪.୯( ଲାଇଭ୍ ଓଡିଶା ନ୍ୟୁଜ୍‌ /ରାଇଚନ ଅଘ୍ରିଆ): ସୂଚନା ଅଧିକାର କର୍ମୀ ମାନଙ୍କ ଉପରେ ଲଗାଯାଇଥିବା ମିଥ୍ୟା କେସ୍ ପ୍ରତିହାର କରିବା ଦାବିରେ ଓଡିଶା ସୂଚନା ଅଧିକାର ଅଭିଯାନ କଳାହାଣ୍ଡି ଶାଖା ଓ ଦୁର୍ନୀତି ବିରୋଧି ମହାସଂଘ ପକ୍ଷରୁ କଳାହାଣ୍ଡି ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶାନ୍ତିପୁର୍ଣ୍ଣ ପ୍ରତିବାଦ କରାଯାଇଥିଲା ।
ଓଡିଶା ର ରାଜ୍ୟ ଆବାହକ ଶ୍ରୀ ପ୍ରଦୀପ ପ୍ରଧାନ, ଜିତେନ୍ଦ୍ର ସାହୁ ଓ ଶ୍ରୀକାନ୍ତ ପାକଳଙ୍କ ଉପରେ ଲଗାଯାଇଥିବା ସମସ୍ତ ମିଥ୍ୟାକେସ୍ ଗୁଡିକୁ ପ୍ରତ୍ୟାହାର୍ କରିବା ଦାବି ନେଇ ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟ ପୋଲିସ ଡିଜିପି ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି ଉକ୍ତ ସଂଘ ।
ପ୍ରତିବାଦ କୁ ଓବିସି ଏସ.ଟି ଏସ.ସି ସମନ୍ବୟ ସମିତି ସମର୍ଥନ କରିଥିବା ବେଳେ କାର୍ଯ୍ୟକ୍ରମରେ ଓଡିଶା କଳାହାଣ୍ଡି ଶାଖାର ଆବାହକ ଅଞନ ରଥ, ଓଡିଶା ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଦୁର୍ନୀତି ବିରୋଧି ମହାସଂଘ ର ସଭାପତି ଶ୍ରୀ ବିନ୍ଦୁ ମହାନନ୍ଦ, ସୂଚନା ଅଧିକାର କର୍ମୀ ତଥା ଆଇନ ଜିବୀ ସଞୀବ ଶତପଥି ,ଘାଷିରାମ ଜଗତ, ନରୋତ୍ତମ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Related Posts