- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ମଠକରଗୋଳା ପଞ୍ଚାୟତର ପିଇଓ
ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ମଠକରଗୋଳା ପଞ୍ଚାୟତର ପିଇଓ

SHARE NOW :
ଢେଙ୍କାନାଳ (ଲାଇଭ୍ ଓଡ଼ିଶା ନ୍ୟୁଜ୍): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଠକରଗୋଳା ପଞ୍ଚାୟତର ପଂଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍।
ଢେଙ୍କାନାଳ ଜିଲ୍ଲାରେ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ବିଭାଗର ୫ଟି ଟିମ୍। ତୁମୁସିଂଗାର ଧୋବାବାହାଳୀରେ ତାଙ୍କର ନିର୍ବାହୀ ଅଧିକାରଙ୍କ ପୈତୃକ ଘର, କାମାକ୍ଷାନଗରରେ ଥିବା ଏକ ୨ ମହଲା ଘର ସହ କେରଜଳି ପଂଚାୟତରେ କାର୍ଯ୍ୟାଳୟରେ ରେଡ ଜାରି । କଟକ ଭିଜିଲାନ୍ସ ଓ ଢ଼େଙ୍କାନାଳ ଭିଜିଲାନ୍ସ ଟିମ୍ ମିଳିତ ଭାବରେ ଏହି ଚଢ଼ାଉ କରିଛନ୍ତି । ଚଢ଼ାଉରେ ଜଣେ ଡିଏସପିଙ୍କ ସହିତ ୭ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି ।