FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଜଳ ସମସ୍ୟାରେ ସାଧାରଣ ଲୋକେ

ଜଳ ସମସ୍ୟାରେ ସାଧାରଣ ଲୋକେ

ଜଳ ସମସ୍ୟାରେ ସାଧାରଣ ଲୋକେ
SHARE NOW :

କେନ୍ଦ୍ରାପଡ଼ା (ଲାଇଭ ଓଡିଶା ନ୍ୟୁଜ୍‌) : ରାଜ୍ୟ ସରକାର ପାନୀୟ ଜଳ ପାଇଁ ଯେତେ ଚିନ୍ତିତ ହେଉଛନ୍ତି ସେତେ ସମସ୍ୟା ସାଧାରଣ ଲୋକଙ୍କ ପାଖରେ ଦେଖିବାକୁ ମିଳୁଛି । ପାଣି ସମସ୍ୟା ପାଇଁ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ ଲମ୍ବା ଲାଇନ୍ କାରଣ ଶୁଦ୍ଧ ଜଳ ସମସ୍ତେ ଚାହାଁନ୍ତି । ଉପକୂଳ ବର୍ତି ଜିଲ୍ଲା କେନ୍ଦ୍ରାପଡ଼ା ଏବେ ମୁଖ୍ୟତଃ ପାନୀୟ ଜଳ ସମସ୍ୟା ଉପରେ କାରଣ ଅଧିକାଂଶ ସ୍ଥାନରେ ଲୁଣି ପାଣି ଯାହାକି ପିଇବା ତ ଦୁରରକଥା ରୋଷେଇ ପାଇଁ ମଧ୍ୟ ଉପଯୋଗୀ ନୁହେଁ । ଏହାକୁ ସୁଧାର ଆଣିବା ଲାଗି ବିଭିନ୍ନ ସ୍ଥାନରେ ବୋରିଏଲ୍ ଖନନ କରି ରଖୁଛନ୍ତି ହେଲେ ଏହା ମଧ୍ୟ କାର‌୍ୟ୍ୟରେ ଆସିପାରୁନାହି ।
ଏହି ଚିତ୍ର ଟିକେ ଦେଖନ୍ତୁ ଏହା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବିଚଣା ଏବଂ ନୂଆପଡ଼ା ଗ୍ରାମ ର ଖୋଳା ହୋଇଥିବା ବୋରିଏଲ ।ଦିର୍ଘଦିନ ହେବ ଏହି ଆଖ ପାଖ ଗ୍ରାମକୁ ମିଶାଇଲେ ପାଞ୍ଚ ହଜାର ରୁ ଉର୍ଦ୍ଧ ଜନ ସାଧାରଣ ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି ।ବାରମ୍ବାର ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଙ୍କୁ ଅଭିଯୋଗ କଲାପରେ ପାଟକୁରା ବିଧାୟିକା ଙ୍କ ପୁତ୍ର ସଞ୍ଜୟ ଅଗ୍ରୱାଲ ନିଜେ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହାର କିଛିଦିନ ପରେ ବୋରିଏଲ୍ ଖନନ ପ୍ରକ୍ରିୟା ଶେଷ ହୋଇଥିଲା କିନ୍ତୁ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ତାହା କାର‌୍ୟ୍ୟକାରୀ ହୋଇପାରିଲାନାହିଁ ।ଯାହା ଫଳରେ ସ୍ଥାନୀୟ ଜନସାଧାରଣ ସ୍ଥାନୀୟ ନଦୀ ଏବଂ ଲୁଣି ପାଣି ହିଁ ପିଉଛନ୍ତି । ସ୍ଥାନୀୟ ଲୋକେ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ବ୍ଲକ୍ ଓ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପଦକ୍ଷପ ନିଆଯ୍ଧବ ନାହିଁ । ଏପଟେ ସ୍ଥାନୀୟ ପଦ୍ମପୁର ସରପଞ୍ଚ ଶ୍ରୀମତୀ ସୋର୍ଣ୍ଣଲତା ରାଉତ କହିଛନ୍ତି ମୁଁ ବାରମ୍ବାର ଜଣାଇଲେ ମଧ୍ୟ ଏହାକୁ କେହି ଗୁରୁତର ଭାବେ ନେଉନାହାନ୍ତି ଯାହା ଫଳରେ କାର‌୍ୟ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି ।ଏହି ଅଭିଯୋଗକୁ ନେଇ ଆମେ କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଙ୍କ ପ୍ରତିକ୍ରିୟା ନେଇଥିଲୁ ତୁରନ୍ତ ଏହାର ସମାଧାନ ହେବା ସହିତ ଏକ ମାସ ଭିତରେ ଅଧା କାର‌୍ୟ୍ୟ ପୂର୍ଣ୍ଣ ହେବ ବୋଲି କହିଛନ୍ତି ।କେବଳ ଦେଖିବାକୁ ବାକି ରହିଲା କେବେ ଏହି ଲୋକଙ୍କ ସମସ୍ୟା ଦୂର ହେଉଛି ।

Leave a Reply

Your email address will not be published. Required fields are marked *

Related Posts