କେ.ଜେ.ଏସ୍.ଟି ଲୌହ ଓ ବକ୍ସାଇଟ ଖଣି ସମ୍ପ୍ରସାରଣ ପାଇଁ ଜନଶୁଣାଣୀ ଅନୁଷ୍ଠିତ

SHARE NOW :
କୋଇଡା,୨୯.୯( (ଲାଇଭ୍ ଓଡିଶା ନ୍ୟୁଜ୍):ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରଦୁଷଣ ଆଧାରିତ ସିଡିମ୍ବା ଗ୍ରାମସ୍ଥିତ ଗୋଷ୍ଠୀ କେନ୍ଦ୍ର ଠାରେ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଡେଙ୍ଗୁଳା ପଞ୍ଚାୟତ ଅନ୍ତର୍ଗତ କଳମଙ୍ଗ, ଜଳଡିହି , ସିଡିମ୍ବା ଓ ତନ୍ତୀଗ୍ରାମରେ ଥିବା ଲୌହ ମାଙ୍ଗାନିଜ ଓ ବକ୍ସାଇଟ୍ ଖଣିର ସପ୍ରସାରଣ ଉତ୍ପାଦନ ଏବଂ ପରିଚାଳନା କୁ ନେଇ ଆବଶ୍ୟକ ହେଉଥିବା ଜନ ସାଧାରଣମାନଙ୍କ ମତାମତ ନେଇଥିଲା ବୋର୍ଡ ।
ଖଣି ଉତ୍ପାଦନ କ୍ଷମତା ବୃଦ୍ଧି ହେଲେ ଅଞ୍ଚଳରେ କି ପ୍ରଭାବ ପଡିବ ଓ ଏହାର କିପରି ପ୍ରତିକାର କରାଯିବ ଏ ସମ୍ପର୍କରେ ଜନ ସାଧାରଣ ମାନଙ୍କୁ ଅବଗତ କରାଇବା ସହ ଜନ ସାଧାରଣ ମାନଙ୍କ ଠାରୁ ମତାମତ ଲୋଡ଼ିଥିଲେ ଖଣି ମାଲିକ ପ୍ରବୋଧ ମହାନ୍ତି ।
ତେବେ ଜନ ସାଧାରଣ ଙ୍କ ପକ୍ଷରୁ ବଣାଇଁ ପୁର୍ବତନ ବିଧାୟକ ଭୀମସେନ ଚୌଧୁରୀ, ଡେଙ୍ଗୁଳା ପଞ୍ଚାୟତ ସରପଞ୍ଚ ଆସମତି ମୁଣ୍ଡା, ବଣାଇଁ ଜିଲ୍ଲା ସଭାପତି ଅନିଲ ବାର୍ଲା, ପୁର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ, ପରମେଶ୍ଵର ନାଏକ, ବିଜେଡି ଜିଲ୍ଲା ଯୁବ ସଭାପତି ଅବିନାଶ ସୁମନ ବାଗେ, ରବି ନାରାୟଣ ମିଶ୍ର ପ୍ରମୁଖ ଙ୍କ ସମେତ ମୋଟ ୪୧ ଜଣ ଲୋକ ଖଣି ସପକ୍ଷରେ ରେ ମତାମତ ଦେଇ ଏହି ଖଣି ଅଞ୍ଚଳ ପାଇଁ ବିକାଶ ର ଏକ ମାତ୍ର ସ୍ରୋତ ବୋଲି ପ୍ରକାଶ କରିଥିଲେ ।ଖଣି ଉତ୍ପାଦନ ବୃଦ୍ଧି ହେଲେ ସବୁ ଗ୍ରାମର ବାକି ରହିଥିବା ବିକାଶ ମୁଳକ କାର୍ଯ୍ୟ ଓ ଦାବୀ ପୁରଣ କରାଯିବ ବୋଲି କେ.ଜେ.ଏସ୍.ଟି ଲୌହ ଓ ବକ୍ସାଇଟ ଖଣି ଏମ୍ଡି ( ମାଲିକ ) ପ୍ରବୋଧ ମହାନ୍ତି ପ୍ରତିଶୃତି ଦେଇଥିଲେ ।
ଜନଶୁଣାଣୀ ରେ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼ଃ ପ୍ରକାଶ କୁମାର ମହାପାତ୍ର, ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ, କୋଇଡା ତହସିଲଦାର ଡିଏସ୍ ସୁଭଦର୍ସୀ ଜୋସୀ ପ୍ରମୁଖ ଙ୍କ ଉପସ୍ଥିତ ଥିଲେ ।