FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ମହଙ୍ଗମାଡରେ କଲବଲ ଜନସାଧାରଣ, ବେଶୀ କନ୍ଦଉଛି ପିଆଜ ଦର

ମହଙ୍ଗମାଡରେ କଲବଲ ଜନସାଧାରଣ, ବେଶୀ କନ୍ଦଉଛି ପିଆଜ ଦର

ମହଙ୍ଗମାଡରେ କଲବଲ ଜନସାଧାରଣ, ବେଶୀ କନ୍ଦଉଛି ପିଆଜ ଦର
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ପୁଣି କନ୍ଦେଇଲାଣି ପିଆଜ ଦର । ଏବେ କାଟିଲା ବେଳେ ନୁହେଁ କିଣିଲା ବେଳେ ପୋଡୁଛି ଆଖି । ପିଆଜ ଉପରେ ଏପରି ମହାଙ୍ଗାମାଡ ଜନସାଧାରଣଙ୍କ ଉପରେ କରୁଛି ବ୍ରଜପାହାର । ଗତ କିଛି ଦିନ ମଧ୍ୟରେ ପିଆଜ କିଲୋପ୍ରତି ୨୦ଟଙ୍କା ଥିବା ବେଳେ ୨ଦିନ ଭିତରେ କିଲୋପ୍ରତି ୩୦ଟଙ୍କା ବଢି ହୋଇଯାଇଛି ୫୦ଟଙ୍କା । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ପ୍ରକାଶ ପାଇଛି ଅସନ୍ତୋଷ । କରୋନା ମାଡରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଥିବା ବେଳେ ଆକାଶଛୁଆଁ ହେଉଛି ପେଟ୍ରୋଲ ଠାରୁ ଆରମ୍ଭ କରି ପନିପରିବା ଦର । ଦିନକୁ ଦିନ ପେଟ୍ରୋଲ, ଡିଜେଲ ଠାରୁ ଆରମ୍ଭ କରି ପିଆଜ ଓ ପନିପରିବା ଦର ହୁ ହୁ ହୋଇ ବଢିଚାଲିଛି । କରୋନା ସମୟରେ ଦେଶର ଆର୍ଥିକ ପରିସ୍ଥିତି ଦୁର୍ବଳ ଥିବା ବେଳେ ମଧ୍ୟ ନିୟନ୍ତ୍ରଣରେ ଆସୁନାହିଁ ମହଙ୍ଗା ମାଡ । ଏନେଇ କଲବଲ ହେଉଛନ୍ତି ମଧ୍ୟବିତ୍ତ ଲୋକ । ସୂଚନା ଅନୁସାରେ ପିଆଜର ଚାହିଦା ଏହି ସମୟରେ ଅଧିକ ଥିବାରୁ ଏହାର ଦର ବୃଦ୍ଧି ପାଇଥାଏ । କିନ୍ତୁ ନାସିକରେ ପ୍ରବଳ ବର୍ଷା ହୋଇିଥିବାରୁ ନୂଆ ପିଆଜ ନଷ୍ଟ ହୋଇଯାଇଥିବାରୁ ପିଆଜ ଦର ବୃଦ୍ଧି ପାଇଛି ବୋଲି ଖବର ମିଳୁଛି । ତେଣେ ଗ୍ରାହକ କହୁଛନ୍ତି ଅତି ଦରକାରୀ ଖାଦ୍ୟ ସାମଗ୍ରୀର ଏମିତି ରେଟ୍ ବଢିଲେ ଆମେ ଖାଇବୁ କଣ ? ସରକାର ତୁରନ୍ତ ପଦକ୍ଷେପ ନେଇ ଲଗାମ କଷନ୍ତୁ। ଖୁଚୁରା ବ୍ୟବସାୟୀ କହୁଛନ୍ତି, ଅଧିକ ରେଟରେ ଗୋଦାମରୁ ପିଆଜ କିଣୁଛୁ ଯେତେବେଳେ ଚଢ଼ା ଦରରେ ବିକିବାକୁ ବାଧ୍ୟ। କେବଳ ପିଆଜ ନୁହେଁ ଏମିତିକି ରୋଷେଇ ଗ୍ୟାସ ସିଲିଣ୍ଡର ପ୍ରତି ୯୨୬ ଟଙ୍କାରେ ପହଂଚିଛି । ସବୁଠାରୁ ବାଧିଛି ପେଟ୍ରୋଲ ଦର । ପେଟ୍ରୋଲ ଲିଟର ପିଚ୍ଛା ସ୍ଥଳ ବିଶେଷରେ ୧୦୮ ଟଙ୍କା ହୋଇଥିବାବେଳେ ଡିଜେଲ ବି ଶହେ ଟଙ୍କା ପାର କରିଛି । ଏବେ ଠାରୁ ଦର ନିୟନ୍ତ୍ରଣ ନ କଲେ ଆଗରୁ ଦର ହୁ ହୁ ହୋଇ ବଢିବା ସମ୍ଭାବନା ରହିଛି । ସ୍ଥିତି ଏପରି ହୋଇଛି ଯେ ହରଡ ଡାଲି ଦାମ୍ ୧୦୦ଟଙ୍କା ପାର୍ କରିଯାଇଛି । ମୁଗ ଡାଲି କେଜି ୯୬ଟଙ୍କା, ବୁଟ ଡାଲି ୭୧ଟଙ୍କା, ସୋରିଷ ତେଲ କେଜି ୧୯୧ ଟଙ୍କା, ପାମୋଲିନ୍ ତେଲ ୧୫୦ଟଙ୍କା, ସୂର‌୍ୟ୍ୟମୁଖୀ ତେଲ ୯୬ ଟଙ୍କା, ପେଟ୍ରୋଲ ଲିଟର୧୦୮ଟଙ୍କା, ଡିଜେଲ୍ ୧୦୦ ଟଙ୍କା, ରନ୍ଧନ ଗ୍ୟାସ୍ ସିଲିଣ୍ଡର ପିଛା ୯୨୬ଟଙ୍କାରେ ପହଞ୍ଚିଲାଣି । ଏପରିକି ପିଆଜ ଦାମ୍ ୫୦ଟଙ୍କା ଛୁଇଁଲାଣି । ହଠାତ୍ ଦୁଇ ଦିନରେ ପ୍ରାୟ ୨୦ଟଙ୍କା ବଢିଯାଇଛି । କେବଳ ଡାଲି, ତେଲ ନୁହେଁ । ତେଜରାତି ସାମଗ୍ରୀ ଦାମ୍ ବି ବଢିଯାଇଛି । ସୋରିଷରୁ ଆରମ୍ଭ କରି ସୁଜି, ବେସନ, ଲୁଣ ଆଦି ଦାମ ମଧ୍ୟ ବଢିଯାଇଛି । ତେବେ ଦେଖିବାକୁ ବାକି ରହିଲା କେବେ ଏ ମହଙ୍ଗା ମାଡରୁ ଜନସାଧାରଣଙ୍କୁ ତ୍ରାହି ମିଳିବ ।

Review

Review

Leave a Reply

Your email address will not be published. Required fields are marked *

Related Posts