FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପୁଣି ବଢିଲା ପେଟ୍ରୋଲ ଦର

ପୁଣି ବଢିଲା ପେଟ୍ରୋଲ ଦର

ପୁଣି ବଢିଲା ପେଟ୍ରୋଲ ଦର
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଲଗାତାର ଭାବେ ବଢିଚାଲିଛି ପେଟ୍ରୋଲ ଦର । କ୍ରମାଗତ ଗତ ଦୁଇ ଦିନ ବିରତି ପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଅନୁସାରେ ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୩୫ ପିଇସା ବୃଦ୍ଧି ପାଇଛି । ଫଳରେ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୪.୭୯ ଟଙ୍କା ରହିଥିବାବେଳେ ଡିଜେଲ୍ ମୂଲ୍ୟ ଲିଟର ପିଛା ୯୩.୫୪ ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ୱାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୧୦.୭୫ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୦୧.୪୦ ଟଙ୍କା ରହିଛି । ସେହିପରି ପାଟନାରେ ପେଟ୍ରୋଲ ଲିଟର ପିଛା୧୦୮.୦୪ ଟଙ୍କା ଥିବାବେଳେ ଡିଜେଲ୍ ଲିଟର ପିଛା ୧୦୦.୭ ଟଙ୍କାରେ ପହଞ୍ଚିଛି । ବର୍ଦ୍ଧିତ ଦର ଅନୁଯାୟୀ, କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୫.୪୩ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା୯୬.୬୩ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୨.୧୦ ଟଙ୍କା ରହିଥିବାବେଳେ ଡିଜେଲ ଲିଟର ପିଛା ୯୭.୯୩ ଟଙ୍କା ରହିଛି । ଚଣ୍ଡିଗଡ଼ରେ ପେଟ୍ରୋଲ ପିଛା ୧୦୦.୮୬ ଟଙ୍କା ଥିବାବେଳେ ଡିଜେଲ୍ ମୂଲ୍ୟ ଲିଟର ପିଛା ୯୩.୩୪ ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *

Related Posts