- Home
- »
- Breaking News
- »
- ପୁଣି ବଢିଲା ପେଟ୍ରୋଲ ଦର, ମୁମ୍ବାଇରେ ସର୍ବାଧିକ
ପୁଣି ବଢିଲା ପେଟ୍ରୋଲ ଦର, ମୁମ୍ବାଇରେ ସର୍ବାଧିକ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଡରାଇଲାଣି ପେଟ୍ରୋଲ ଦର । ଦିନକୁ ଦିନ ଆକାଶଛୁଆଁ ହେଉଚି ପେଟ୍ରୋଲ ଦାମ୍ । ପ୍ରାୟତଃ ପ୍ରମୁଖ ସହର ମାନଙ୍କରେ ର୍ତେଳ ଦର ଏପରି ବଢିଚାଲିଛି । ଯେଉଁଥିରେ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଦେଶରେ କ୍ରମାଗତ ଭାବେ ପେଟ୍ରୋଲ ବଢିଚାଲିଥିବା ବେଳେ ଅ।।ଜି ଦିଲ୍ଲୀରେ ପେଟ୍ରୋଲ୍ ୧୦୮ ଟଙ୍କା ୨୯ ପଇସା ହୋଇଥିବା ବେଳେ ଡିଜେଲ ୯୭ ଟଙ୍କା ୨ ପଇସା ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ୍ ୧୧୪ ଟଙ୍କା ୧୪ ପଇସା ଓ ଡିଜେଲ୍ ୧୦୫ ଟଙ୍କା ୧୨ ପଇସା ହୋଇଯାଇଛି । ତେବେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍ ଦର ରହିଛି ୧୦୯ ଟଙ୍କା ୨୫ ପଇସା ଓ ଡିଜେଲର ଦର ରହିଛି ୧୦୫ ଟଙ୍କା ୮୫ ପଇସା । ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ପେଟ୍ରୋଲ୍ ଦର ୧୦୦ ଟଙ୍କା ପାର୍ କରିଛି । ମୁମ୍ବାଇରେ ପେଟ୍ରୋଲ୍ ଦର ସର୍ବାଧିକ ରହିଛି ।