FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ମୁଣ୍ଡ ବିନ୍ଧାର କାରଣ ସାଜିଛି କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତୈଳଦର

ମୁଣ୍ଡ ବିନ୍ଧାର କାରଣ ସାଜିଛି କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତୈଳଦର

ମୁଣ୍ଡ ବିନ୍ଧାର କାରଣ ସାଜିଛି କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତୈଳଦର
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଉପରେ ଲାଗୁନି ବ୍ରେକ୍ । ଗତ ସେପ୍ଟେମ୍ବର ୨୪ରୁ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଛି। ମାସକ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬.୫୧ ଟଙ୍କା ଏବଂ ଡିଜେଲ ୮.୪୬ ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି । ତେବେ ଆଜିର ତୈଳଦର ବୃଦ୍ଧି ପାଇବା ପରେ ବର୍ତ୍ତମାନ ଭୁବନେଶ୍ୱରରେ ଡିଜେଲ ୩୯ ପଇସା ଏବଂ ପେଟ୍ରୋଲ ୩୬ ପଇସା ବୃଦ୍ଧି ପାଇଛି। ଫଳରେ ଏଠାରେ ଡିଜେଲ ଲିଟର ପିଛା ୧୦୫.୦୭ ଟଙ୍କା ଏବଂ ପେଟ୍ରୋଲ ୧୦୮.୫୫ ଟଙ୍କାରେ ପହଁଞ୍ଚିଛି । ସେହିଭଳି କଟକ ସହରରେ ଡିଜେଲ ଲିଟର ପିଛା ୧୦୫.୪୧ ଟଙ୍କା ଓ ପେଟ୍ରୋଲ ୧୦୮.୯୦ ଟଙ୍କା ହୋଇଛି।

ସାରା ଦେଶରେ ସର୍ବାଧିକ ତୈଳ ଦର ରାଜସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୧୯.୭୯ ଟଙ୍କା ଥିବାବେଳେ ଡିଜେଲ ୧୧୦.୬୩ ଟଙ୍କାରେ କାରବାର ହେଉଛି ବୋଲି ସୂଚନା ମିଳିଛି। କ୍ରମାଗତ ଭାବେ ବଢିଚାଲିଥିବା ତୈଳଦର ହେତୁ ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହାର ପ୍ରଭାବ ପଡିଛି । ବର୍ତ୍ତମାନ ଦିଲ୍ଲୀରେ ଡିଜେଲ ଲିଟର ପିଛା ୯୬.୩୨ ଟଙ୍କା ଏବଂ ପେଟ୍ରୋଲ ୧୦୭.୫୯ ଟଙ୍କାରେ ପହଁଞ୍ଚିଛି ।

Leave a Reply

Your email address will not be published. Required fields are marked *

Related Posts