ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟ ଦେଇପାରିବେ ଔଷଧ

SHARE NOW :
ଭୁବନେଶ୍ୱର,୨୩.୯( ଲାଇଭ୍ ଓଡିଶା ନ୍ୟୁଜ୍): ସ୍ୱାସ୍ଥ୍ୟ ସମସ୍ୟା ରାଜ୍ୟରେ ଏକ ବଡ ସମସ୍ୟା ଭାବେ ଉଭା ହୋଇଥିବା ବେଳେ । ବିଭିନ୍ନ ଅଞ୍ଚଳରେ ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ମଧ୍ୟ ଡାକ୍ତର ପଦବୀ ଖାଲି ରହୁଛି । ଫଳରେ ଅତି ସାମାନ୍ୟ ରୋଗ ପାଇଁ ବି ରୋଗୀମାନେ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ସରକାର ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।
ଏଣିକି ରାଜ୍ୟର ବିଭିନ୍ନ ଡାକ୍ତରକାନାରେ ନିଯୁକ୍ତି ଫାର୍ମାସିଷ୍ଟମାନେ ରୋଗୀମାନଙ୍କୁ ଔଷଧ ଦେଇପାରିବେ । ଡାକ୍ତରଙ୍କ ଅନୁପସ୍ଥିତିରେ ସେମାନେ ରୋଗୀମାନଙ୍କୁ ଔଷଧ ଦେଇପାରିବେ । ତେବେ ଗୁରୁତର ରୋଗୀ ନୁହେଁ କେବଳ ସାମାନ୍ୟ ରୋଗ ପାଇଁ ଔଷଧ ଦେବେ ।
ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାବ ପକ୍ଷରୁ ପ୍ରକାଶିତ ଏହି ନିର୍ଦ୍ଦେଶନାମାରେ କେଉଁ ରୋଗ ପାଇଁ ଫାର୍ମାସିଷ୍ଟମାନେ କେଉଁ ଔଷଧ ଦେବେ ତାହାର ଏହି ତାଲିକା ମଧ୍ୟ ପ୍ରକାଶ ପାଇଛି । ରୋଗର ନାଁ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । କେବଳ ଜ୍ୱର, ମାଲେରିଆ ଠାରୁ ଆରମ୍ଭ କରି ଚର୍ମରୋଗ, ଝାଡାବାନ୍ତି ଓ କୃମି ସମସ୍ୟା ଥିଲେ ତଥା କେହି ସାମାନ୍ୟ ଆହତ ହୋଇଥିଲେ ଫାର୍ମାସିଷ୍ଟମାନେ ଔଷଧ ଦେଇପାରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ।