FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଭୁବନେଶ୍ବର ଜୟଦେବ ବିହାର ଛକ ନିକଟରେ ଜଳିଗଲା ପିକ୍‌ ଅପ ଭ୍ୟାନ୍‌

ଭୁବନେଶ୍ବର ଜୟଦେବ ବିହାର ଛକ ନିକଟରେ ଜଳିଗଲା ପିକ୍‌ ଅପ ଭ୍ୟାନ୍‌

ଭୁବନେଶ୍ବର ଜୟଦେବ ବିହାର ଛକ ନିକଟରେ ଜଳିଗଲା ପିକ୍‌ ଅପ ଭ୍ୟାନ୍‌
SHARE NOW :

ଭୁବନେଶ୍ୱର (ଲାଇଭ୍ଓଡ଼ିଶା ନ୍ୟୁଜ୍‌): ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ପିକଅପ୍ ଭ୍ୟାନ୍ । ଅଗ୍ନିକାଣ୍ଡ ଫଳରେ ଗାଡିରେ ଥିବା କୋରିୟର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଭୁବନେଶ୍ବର ଜୟଦେବ ବିହାର ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା । କୋରିୟର ସାମଗ୍ରୀ ଗାଡ଼ିରେ ଲୋଡ଼୍ ହୋଇ ରହିଥିଲା । ପିକଅପ୍ ଭ୍ୟାନ୍‌ଟି ପଟିଆରୁ ନୟାପଲ୍ଲୀ ଯାଉଥିବା ବେଳେ ଘଟିଛି ଅଘଟଣ ।

ଅଗ୍ନିକାଣ୍ଡ ଫଳରେ ଗାଡିରେ ଥିବା କୋରିୟର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।ତେବେ ଡ୍ରଇଭରଙ୍କ କହିବା ଅନୁସାରେ ଟ୍ରାଫିକରେ ବ୍ରେକ୍ ମାରିବା ବେଳେ ଗାଡ଼ିରୁ ପ୍ରଥମେ ଧୂଆଁ ବାହାରିଥିଲା । ପରେ ଧୀରେ ଧୀରେ ଗାଡିଟି ଜଳିବାକୁ ଲାଗିଥିଲା ।

Leave a Reply

Your email address will not be published. Required fields are marked *

Related Posts