- Home
- »
- Breaking News
- »
- ପିପିଲି ଉପନିର୍ବାଚନ: ଆସିଲା ୪ର୍ଥ ରାଉଣ୍ଡ ଫଳାଫଳ ।
ପିପିଲି ଉପନିର୍ବାଚନ: ଆସିଲା ୪ର୍ଥ ରାଉଣ୍ଡ ଫଳାଫଳ ।

SHARE NOW :
ପିପିଲି(ଲାଇଭ ଓଡିଶା ନ୍ୟୁଜ): କିଏ ହେବ ପିପିଲିର ନୂଆ ବିଧାୟକ ? ଏହା ଉପରେ ରହିଛି ଓଡ଼ିଶାବାସୀଙ୍କ ନଜର । ପିପିଲି ପାଇଁ ଭୋଟ ଗଣତି ଚାଲିଥିବା ବେଳେ ୪ର୍ଥ ରାଉଣ୍ଡରେ ବି ଆଗରେ ରହିଛି ବିଜେଡି ।ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ୫୧୪୦ ଭୋଟରେ ଆଗୁଆ ରହିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ।ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୬୯୬୮ଭୋଟ ମିଳିଥିବା ବେଳେ ବିଜେପିକୁ ୧୧୮୨୮ ଭୋଟ ଓ କଂଗ୍ରେସକୁ ୧୩୮୩ଟି ଭୋଟ ମିଳିଛି । ପଂଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ପିପିଲି ଫଳାଫଳ ସାଜିଛି ଏସିଡ଼ ଟେଷ୍ଟ । ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ଚାଲିଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୬୨ ଅଧିକାରୀ ନିୟୋଜିତ ହୋଇଛନ୍ତି ।