FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗରହଣ କଲେ ପ୍ରଧାନମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗରହଣ କଲେ ପ୍ରଧାନମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗରହଣ କଲେ ପ୍ରଧାନମନ୍ତ୍ରୀ
SHARE NOW :

ନୂଆଦିଲ୍ଲୀ (ଲାଇଭ ଓଡିଶା ବ୍ୟୁରୋ) : ନବୀନଙ୍କ ପ୍ରସ୍ଥାବକୁ କେନ୍ଦ୍ରରେ ମୋହର । ବନ୍ଦ ହେବନାହିଁ ଗରିବ କଲ୍ୟାଣ ଅନ୍ନ ଯୋଜନା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବକୁ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ । କରୋନା ସମୟରେ ନିଜ ଜୀବିକା ହରାଇଥିବା ଗରିବ ଶ୍ରେଣୀର ଲୋକଙ୍କ ପାଇଁ କେନ୍ଦ୍ରରୁ ମାଗଣା ରାସନ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ନଭେମ୍ବର ୫ରେ ପ୍ରଧାନମନ୍ତ୍ରୀଙ୍କ ଓହି ଗରିବ କଲ୍ୟାଣ ଯୋଜନା ଆରମ୍ଭ ଶେଷ ହୋଇଥିଲା । କିନ୍ତୁ ଆଉ ୪ମାସ ଏହି ଯୋଜନାକୁ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଥିଲେ । ଆଜି ମୁଖ୍ୟନ୍ତ୍ରୀଙ୍କ ଆବେଦନକୁ ସମ୍ମାନ ଜଣାଇଛନ୍ତି ମୋଦି । ଏବଂ ଏହି ଯୋଜନା ୨୦୨୨ ମାର୍ଚ୍ଚ ଯାଏ ଜାରି ରହିବ । ଆଉ ୮ ମାସ ଯୋଜନା ଜାରି ରଖିବା ସହ ରାସନ ଯୋଗାଇବାକୁ ଗତ ରବିବାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାର ଏହି ଯୋଜନାକୁ ଆଉ ୪ ମାସ ବୃଦ୍ଧି କରିଛନ୍ତି । କରୋନା ସଂକଟ ଟଳିନଥିବାବେଳେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ତେଣୁ ଗରିବଙ୍କ ପେଟପାଟଣା କଥା ଚିନ୍ତା କରି ମୁଖ୍ୟମନ୍ତ୍ରୀ ମାଗଣା ରାସନ ଯୋଗାଇବାକୁ ପ୍ରସ୍ତାବ ଦେଇଥିଲେ । ଯାହାକୁ କଂଗ୍ରେସ ମଧ୍ୟ ସମର୍ଥନ କରିଥିଲା । ଗରିବ କଲ୍ୟାଣ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଜରିଆରେ ମୁଣ୍ଡ ପିଛା ୫କିଲୋ ଚାଉଳ ଓ ଏକ କିଲୋ ଡାଲି ମାଗଣାରେ ଦିଆଯାଉଛି । କରୋନା ସମୟରେ ଅତିରିକ୍ତ ୫୦ ହଜାର ଲୋକଙ୍କୁ ସାମିଲ କରାଯାଇ ଅଗ୍ରୀମ ରାସନ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର

Leave a Reply

Your email address will not be published. Required fields are marked *

Related Posts