FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ମାଲକାନଗିରିରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ

ମାଲକାନଗିରିରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ

ମାଲକାନଗିରିରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ
SHARE NOW :

ମାଲକାନଗିରି(ଲାଇଭ ଓଡିଶା ନ୍ୟୁଜ); ମାଲକାନଗିରିରେ ପୁଣି ମାଓବାଦୀ ଓ ପୋଲିସ ମୁହାଁମୁହିଁ । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ବେଳେ ଜଣେ ମାଓବାଦୀର ମୃତୂୁ୍ୟ ହୋଇଥିବା ସୂଚନା ମିଳିଛି । ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ତୁଳସି ପାହାଡରେ ମାଓ କ୍ୟାମ୍ପ ଚାଲିଥିବା ନେଇ ସୂଚନା ପାଇଥିଲେ ମାଲକାନଗିରି ଡିଭିଏଫ ଓ ଏସଓଜି ବାହିନୀ । ତେବେ ସେମାନଙ୍କୁ ଧରିବା ପାଇଁ ମାଲକାନଗିରି ଡିଭିଏଫ ଓ ଏସଓଜି ବାହିନୀ ପକ୍ଷରୁ ଏକ କୁମ୍ବିଂ ଅପରେସନ ଲଞ୍ଚ କରାଯାଇଥିଲା । ମାଓବାଦୀମାନେ ଯବାନଙ୍କୁ ଦେଖି ପ୍ରଥମେ ଗୁଳିଚାଳନା କରିବାରୁ ଯବାନ ମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଏଥିରେ ଜଣେ ମାଓନେତା ମୃତ୍ୟୁ ବରଣ କରିଥିବା ବେଳେ ଗୋଟିଏ ବନ୍ଧୁକ ମଧ୍ୟ ଜବତ ହୋଇଛି । ବର୍ତ୍ତମାନ ମଧ୍ୟ ସମ୍ପୂର୍କ୍ତ ଅଞ୍ଚଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Related Posts