କେବିଏନ୍ ଗ୍ୟାଙ୍ଗର ସଦସ୍ୟଙ୍କୁ ଖୋଜିଖୋଜି ଗିରଫ କରୁଛି ପୋଲିସ

SHARE NOW :
ଭୁବନେଶ୍ୱର (ଲାଇଭ ଓଡିଶା ନ୍ୟୁଜ୍) : ରାଜଧାନୀରେ ଚାଲିଛି ମାଫିଆଙ୍କ ରାଜ । ରାଜୁତି ବିସ୍ତାର କରିବାରେ ଲାଗିଛନ୍ତି ମାଫିଆଙ୍କ ଗ୍ୟାଙ୍ଗ । ଭୁବନେଶ୍ୱର ପାଲଚିଲାଣି ଅସାମାଜିକ ବ୍ୟକ୍ତିମାନଙ୍କ ପେଣ୍ଠସ୍ଥଳୀ । ରାତି ହେଲେ ଆରମ୍ଭ ହେଉଛି ଚୋରୀ, ଚକାୟତି, ହତ୍ୟା ।
ତେଣୁ ଏବେ ଆକ୍ଟିଭ ମୋଡକୁ ଆସିଛି କମିସନରେଟ୍ ପୋଲିସ । କିଛି ଦିନ ତଳେ ରାଜଧାନୀରେ ଆତଙ୍କ ଖେଳାଇଥିବା କେବିଏନ୍ ଗୃପ ର ସଦସ୍ୟ ମାନଙ୍କୁ ଗଳି କନ୍ଦିରେ ଖୋଜୁଛି ପୋଲିସ୍ । ଏହି ଗ୍ୟାଙ୍ଗର ୨୯ ଜଣଙ୍କ ନାମରେ ରୁଜୁ ହୋଇଛି ମାମଲା ।
ଏମାନଙ୍କ ମଧ୍ୟରୁ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବର୍ତ୍ତମାନ ଆଉ ୨ ଜଣଙ୍କୁ ଆଜି ଗିରିଫ କରିଛି କମିଶନରେଟ୍ ପୋଲିସ୍ । ଅନ୍ୟମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।
ରାଜଧାନୀର ପ୍ରତି ଗଳି କନ୍ଦିର ଗୁଣ୍ଡା ଓ କୁଖ୍ୟାତ ଅପରାଧି ମାନଙ୍କୁ ନେଇ ଗଠିତ ‘କେବିଏନ୍’ ଗ୍ୟାଙ୍ଗର ସଦସ୍ୟ ମାନେ ଏବେ ପୁରା ରାଜଧାନୀକୁ ଥରାଇ ରଖିଛନ୍ତି । ରାତି ହେଲେ ଆରମ୍ଭ ହେଉଛି ଏମାନଙ୍କ ଉତ୍ପାତ । କେଉଁଠି ମନଇଚ୍ଛା ଗୁଳି ଚାଳନା କରାଯାଉଛି ତ ଆଉ କେଉଁଠି ଯୋର ଯବରଦସ୍ତ ଅପହରଣ ପରାଯାଉଛି । ପୁଣି କେଉଁଠି ଖାଲି ରାସ୍ତାରେ ବୁଲାଉଛନ୍ତି କେବିଏନ୍ ସଦସ୍ୟ ।
ଗତ ଦୁଇ ଦିନ ହେଲା ସୋସିଆଲ ମିଡିଆରେ ‘କେବିଏନ୍’ ଗ୍ୟାଙ୍ଗ ର ଏକ ଭିଡିଓ ଘୁରି ବୁଲୁଛି ଯାହା ରାଜଧାନୀ ବାସୀଙ୍କ ନିଦ ହଜାଇ ଦେଇଛି । ନିମଷକେ ମଧ୍ୟରେ ଛାତି ଥରାଇବା ଭଳି ଗୁଳି ଚାଉନା କରାଯାଉଛି ଏହି ଭିଡିଓରେ । ଯାହାକୁ ନେଇ କମିଶନରେଟ୍ ପୋଲିସ୍ ତଦନ୍ତ ଆରମ୍ଭ କରିଛି