FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଛେଣ୍ଡିପଦାରେ ପୋଲିସ୍ ଶହୀଦ୍ ଦିବସ- ଦେଶ ସେବା ପ୍ରଥମ କର୍ତ୍ତବ୍ୟ

ଛେଣ୍ଡିପଦାରେ ପୋଲିସ୍ ଶହୀଦ୍ ଦିବସ- ଦେଶ ସେବା ପ୍ରଥମ କର୍ତ୍ତବ୍ୟ

ଛେଣ୍ଡିପଦାରେ ପୋଲିସ୍ ଶହୀଦ୍ ଦିବସ- ଦେଶ ସେବା ପ୍ରଥମ କର୍ତ୍ତବ୍ୟ
SHARE NOW :

ଅନୁଗୋଳ(ହଟ କିଶୋର ଷଡଙ୍ଗୀ /ଲାଇଭ ଓଡିଶା ନ୍ୟୁଜ) : ଦେଶ ସେବା ପ୍ରତ୍ୟେକ ଭାରତୀୟଙ୍କ ପ୍ରଥମ କର୍ତ୍ତବ୍ୟ” । ଗୁରୁବାର ପୋଲିସ ଶହୀଦ ସପ୍ତାହ ପାଳନ ଅବସରରେ ଏହା କହିଛନ୍ତି ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା । କୋଶଳା ଉଚ୍ଚ ବିଦ୍ୟାଳୟ ପରିସରରେ ୬୨ତମ ଶହିଦ୍ ସପ୍ତାହ ପାଳନ କରାଯାଇଛି । ଛେଣ୍ଡିପଦା ପୋଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ସୁଶାନ୍ତ କୁମାର ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ କୋଶଳାର ସୁଯୋଗ୍ୟ ସନ୍ତାନ ତଥା ସିଆର୍‌ପିଏଫ୍‌୧୧୨ ବାଟାଲିୟନ୍‌ରେ କାର୍ଯ୍ୟରତ ଭାବେ ଶହିଦ୍ ହୋଇଥିବା ଅରୁଣ କୁମାର ଗଡନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କୋଶଳା ଦର୍ପଣୀବନ୍ଧ ଠାରୁ ଷଣ୍ଢପାଳ ଯାଇଥିବା ରାସ୍ତାକୁ ଶହିଦ ଅରୁଣ ମାର୍ଗ ରୁପେ ଘୋଷଣା କରିଥିଲେ । ପରେ ବିଦ୍ୟାଳୟ ପରିସରରେ ଏକ ସୃତି ସଭା ଆୟୋଜିତ ହୋଇଥିଲା ।

ପ୍ରଥମେ ଶହିଦଙ୍କ ଅମରଆତ୍ମାର ସଦଗତି ନିମନ୍ତେ ୧ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶହିଦ୍ ଅରୁଣଙ୍କ ସୃତିଚାରଣ କରିବା ସହିତ ଦେଶ ସେବା କରିବା ସମସ୍ତ ଭାରତୀୟଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ବିଧାୟକ କହିଥିଲେ । ଛେଣ୍ଡିପଦା ଥାନା ଅଧିକାରୀ ଧୀରେନ୍ ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସଭାରେ ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାଲେଟିଂନା ଦାସ, ସହକାରୀ ଶିକ୍ଷକ ଗିରିଶ ଚନ୍ଦ୍ର ସାହୁ ପ୍ରମୂଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକ ଶହିଦ ଅରୁଣଙ୍କ ବଡଭାଇ ଭାବଗ୍ରାହୀ ଗଡନାୟକଙ୍କୁ ସମ୍ମାନୀତ କରିଥିଲେ । କୋଶଳା ଶିମିଳିସାହି ଠାରେ ଶହିଦ ଅରୁଣ୍ ୫ ଜୁନ୍ ୧୦୭୨ରେ ଜନ୍ମ ଗ୍ରହଣ କରିଥିଲେ । ସେ ସିଆରପିଏପ୍‌୧୧୨ ବାଟାଲିୟନରେ ସୈନିକ ଭାବେ ଯୋଗ ଦେଇଥିଲେ । ୧୮ ଜୁଲାଇ ୨୦୦୦ ମସିହାରେ ମଣିପୁରର ଇମ୍ଫାଲ ଠାରେ କାର୍ଯ୍ୟରତ ଥିବା ବେଳେ ଉଗ୍ରବାଦୀଙ୍କ ଗୁଳିମାଡରେ ଶହିଦ୍ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Related Posts