- Home
- »
- Breaking News
- »
- ପ୍ରତିଶୃତି ଦେଇ ଅନଶନ ଭାଙ୍ଗିଲେ ବିଡ଼ିଓ
ପ୍ରତିଶୃତି ଦେଇ ଅନଶନ ଭାଙ୍ଗିଲେ ବିଡ଼ିଓ

SHARE NOW :
କେନ୍ଦ୍ରାପଡା(ଲାଇଭ ଓଡିଶା ନ୍ୟୁଜ): ଆଜକୁ ତିନି ଦିନ ହେବ ଆବାସ ଯୋଜନା ଅପହଞ୍ଚ କୁ ନେଇ ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ରେ ବସିଥିବା ଅଭୟଙ୍କ ସହିତ ଗରିବ ହିତାଧିକାରୀ ଆଜି ଅନଶନ ପ୍ରତ୍ୟାହୃତ କରିଛନ୍ତି । ପଞ୍ଚାୟତ ର ଶତାଧିକ ଆବାସ ପାଇଁ ଯୋଗ୍ୟ ହିତାଧିକାରୀ ହୋଇଥିଲା ବେଳେ ଏଥିରେ ଦେଖିବାକୁ ମିଳିଥିଲା ଚଞ୍ଚକତା । ଏଭଳି ଅଭିଯୋଗ ଆଣିଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତେଇ ପଞ୍ଚାୟତ ର ଶତାଧିକ ହିତାଧିକାରୀ । ଅଭିଯୋଗ ମୁତାବକ ପାଇଲୋ ଗ୍ରାମ ର ଅଭୟ କୁମାର ସାହୁ ସରକାରୀ ବାସଗୃହ ପାଇଁ ବାରମ୍ବାର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପାଖରେ ଗୁହାରି କରିଆସୁଥିଲେ ମଧ୍ୟ ତାଙ୍କ ନାମ କୁ ଚଞ୍ଚକତା କରି ତାଲିକା ରୁ ବାଦ୍ ଦିଆଯାଇଛି । ଏହା ର ତଥ୍ୟ ଆସିଲା ପରେ ଅଭୟ ପଞ୍ଚାୟତ ରୁ ବ୍ଲକ ଏବଂ ଜିଲ୍ଲା କାର୍ୟ୍ୟାଳୟ ରେ ଅଭିଯୋଗ କରିଥିଲେ ମଧ୍ୟ ଏହି କଥାକୁ କେହି କର୍ଣ୍ଣପାତ କରିନଥିବା ସେ ଅଭିଯୋଗ ଉଠାଇଛନ୍ତି । ବାରମ୍ବାର ବିଫଳ ହେବା ପରେ ପ୍ରଥମେ ସେ ଅନଶନ ରେ ବସିଥିବା ବେଳେ ତାଙ୍କ ସହ ପଞ୍ଚାୟତର ଅନ୍ୟ ହିତାଧିକାରୀ ମାନେ ସାମିଲ ହୋଇଥିଲେ । ଅନ୍ୟ ପଟେ ଅଭିଯୋଗ କରୁଥିବା ବେଳେ ପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ପ୍ରମୋଦ କୁମାର ମଲ୍ଲ ଅଭୟ ସରକାରୀ ଆବାସ ପାଇବା ପାଇଁ ଯୋଗ୍ୟ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏପଟେ ସ୍ଥାନୀୟ ମାର୍ଶାଘାଇ ବିଡିଓ ଉମାକାନ୍ତ ବେହେରା ପଞ୍ଚାୟତ ସମ୍ମୁଖରେ ଆମରଣ ଅନଶନ ରେ ବସିଥିବା ସମସ୍ତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚି ପ୍ରଥମେ ଆଲୋଚନା କରିଥିଲେ ଏବଂ ତତ୍କ୍ଷଣାତ ହିତାଧିକାରୀ ଅଭୟଙ୍କ ଗୃହ ପରିଦର୍ଶନ କରିବା ପରେ ଆବାସ ଯୋଜନା ଯୋଗାଇ ଦିଆଯିବା ର ପ୍ରତିଶୃତି ଦେଇଥିଲେ । ଯାହା ପାଇଁ ଅନଶନ ପ୍ରତ୍ୟାହୃତ ହୋଇଥିଲା ।