- Home
- »
- Breaking News
- »
- ଅଭାବୀ ବିକ୍ରି କୁ ନେଇ ଚିନ୍ତାରେ ମକା ଚାଷୀ
ଅଭାବୀ ବିକ୍ରି କୁ ନେଇ ଚିନ୍ତାରେ ମକା ଚାଷୀ

SHARE NOW :
ନୂଆପଡା(ଲାଇଭ ଓଡିଶା ନ୍ୟୁଜ): ଝାଳ ବୋହା ପରିଶ୍ରମ କରି ଜମିରେ ମକା ଫଳାଇଲା ଚାଷୀ.. ଭାବିଥିଲା ଠିକା ଦରରେ ବିକ୍ରି କରି ଭଲ ଅର୍ଥରୋଜଗାର କରିବ । ହେଲେ ନା ଖୋଲିଲା ମଣ୍ଡି ନା ବିକ୍ରି ହେଲା ଉଚିତ ଦରରେ, । ତେଣୁ ବାଧ୍ୟ ହୋଇ ଏବେ କମ ଦରରେ ଦଲାଲ ପାଖରେ ମକା ବିକ୍ରି କରି କ୍ଷତି ସହୁଛନ୍ତି ନୂଆପଡା ଜିଲ୍ଲା କୁସୁମଜୋର ଅଞ୍ଚଳର ମକା ଚାଷୀ.. । ଗୋଟିଏ ପଟେ ଅଭାବୀ ବିକ୍ରି ଅନ୍ୟପଟେ ଦଲାଲଙ୍କ ରାଜ ଯୋଗୁଁ ଏବେ ଚିନ୍ତାରେ ଜିଲ୍ଲାର ମକା ଚାଷୀ..ନା ଅଛି ମକା ମଣ୍ଡି, ନା ଅଛି ବିକ୍ରି ପାଇଁ ପ୍ୟାକେଜ ବ୍ୟବସ୍ଥା.. ଜମି ରୁ ମକା ଅମଳ କରି ରାସ୍ତା କଡ଼, ଜମି ଖଳା ରେ ମକାକୁ ଗଦା ଗଦା କରି ରଖିଛି ଚାଷୀ.. । ଚାଷୀ ଭାବୁଛି କାଳେ ସରକାର ବିକ୍ରି ପାଇଁ କିଛି ବ୍ୟବସ୍ଥା କରିବେ..ଆଉ ଦୁଇ ଟଙ୍କା ଲାଭ ପାଇବେ.. ହେଲେ ଏ ସବୁ କେବେ ହେବ ସେ ନେଇ ଅପେକ୍ଷାରେ ଚାଷୀ.. । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କୁସୁମଜୋର ଅଞ୍ଚଳ ରେ ଅଧିକ ପରିମାଣ ରେ ମକା ଚାଷ ହୋଇଛି ହେଲେ ବିକ୍ରି ପାଇଁ ମଣ୍ଡି ବ୍ୟବସ୍ଥା ନ ଥିବାରୁ କମ ଦରରେ ଦଲାଲ ଙ୍କ ପାଖରେ ବିକ୍ରି କରି କ୍ଷତି ସହୁ ଥିବା ମକା ଚାଷୀ କହୁଛନ୍ତି.. । ଏକ ମକା ମଣ୍ଡି ପାଇଁ ଅନେକ ଠାରେ ପ୍ରଶାସନ ପାଖରେ ଗୁହାରି କଲେଣି ଚାଷୀ ହେଲେ କେବଳ କୁଇଣ୍ଟାଲ ପ୍ରତି ମୂଲ୍ୟ ଧାର୍ୟ୍ୟ କରି ପ୍ରତି ବର୍ଷ ଚୁପ ବସିଛି ପ୍ରଶାସନ.. । ପ୍ରତି ବର୍ଷ ନୂଆପଡା ଜିଲ୍ଲାରେ ମକାଚାଷ ପାଇଁ ଚାଷୀ ଆଗ୍ରହ ପ୍ରକାଶ କରି ଚାଷ କରୁଛି ହେଲେ ନା ମିଳୁଛି ମକାମଣ୍ଡି ନା ମିଳୁଛି ଉପଯୁକ୍ତ ଦର ସେପଟେ ନୂଆପଡା ଜିଲ୍ଲା କୃଷି ଅଧିକାରୀ ନିରଞ୍ଜନ ଦାସ କୁ ପଚାରିବାରୁ ମକା ମଣ୍ଡି ପାଇଁ କୌଣସି ବ୍ୟବସ୍ଥା ନାହିଁ କେବଳ ମୂଲ୍ୟ ଧାର୍ୟ୍ୟ ହୁଏ ବୋଲି କହିଛନ୍ତି ।