FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ପ୍ରଦୀପଙ୍କ ନୂଆ ଇନିଂସ୍‌

ପ୍ରଦୀପଙ୍କ ନୂଆ ଇନିଂସ୍‌

ପ୍ରଦୀପଙ୍କ ନୂଆ ଇନିଂସ୍‌
SHARE NOW :


ନବରଙ୍ଗପୁର (ଲାଇଭ୍ ଓଡିଶା ନ୍ୟୁଜ୍‌) : ସଶକ୍ତ ହେଉଛି ବିଜେଡି । ଶଙ୍ଖ ଧରିବାରେ ଲାଗିଛନ୍ତି ଅନେକ ନେତା । ନବୀନଙ୍କ ଦ୍ୱାରା ଅନୁପ୍ରାଣିତ ହେଉଛନ୍ତି ଅନ୍ୟ ଦଳର କର୍ମୀ । ବହୁ ବର୍ଷ ଧରି କଂଗ୍ରେସରେ ନିଜକୁ ନିୟୋଜିତ କରିଥିବା ବରିଷ୍ଠ ନେତା ଆଜି ଧରିବେ ଶଙ୍ଖ । ବିଜୁ ଜନତା ଦଳରେ ସାମିଲ ହେବାକୁ ଯାଉଛନ୍ତି ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । କଂଗ୍ରେସର ରାସ୍ତାରୁ ଓହରିଥିବା ପ୍ରଦୀପ ଆଜି ବିଜେଡିରେ ରଖିଲେ ପାଦ ।
ନବରଙ୍ଗପୁରରେ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀ ଓ ତାଙ୍କ ସହ ଅନେକ କର୍ମୀ ବିଜେଡିରେ ମିଶିଛନ୍ତି । ଏକ ବିରାଟ ରାଲିରେ ସମର୍ଥକଙ୍କ ସହ ଆସିବା ସହ ବିଜେଡିରେ ମିଶିଛନ୍ତି ପ୍ରଦୀପ । ୧୦ ହଜାର ସମର୍ଥକଙ୍କୁ ଧରି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଏଥିପାଇଁ ନବରଙ୍ଗପୁର ସର୍କିଟ ହାଉସ ପଡିଆରେ ବ୍ୟାପକ ଆୟୋଜନ ହୋଇଥିଲା ।
ଦଳରେ କାମ କରିବାର ସୁଯୋଗ ନଥିବାରୁ ପ୍ରଦୀପ ମାଝୀ ଗତ ୨୨ ତାରିଖରେ ପ୍ରଦୀପ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ଏନେଇ ପ୍ରଦୀପ କଂଗ୍ରେସ ହାଇକମାଣ୍ଡ, ପ୍ରଭାରୀ ଓ ପିସିସି ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଥିଲେ । ପ୍ରଦୀପଙ୍କ ଯୋଗଦାନ ପରେ ବିଜେଡି ସବଳ ହୋଇଛି ତାହା ନୁହେଁ । ଅଭିଭକ୍ତ କୋଟରାପୁଟ ଜିଲ୍ଲାରେ କଂଗ୍ରେସ ବି ଦୁର୍ବଳ ହୋଇଛି । ଯାହାର ଫାଇଦା ବିଜେଡିକୁ ମିଳିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *

Related Posts