FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଶଙ୍ଖରେ ଯୋଗ ଦେବେ ପ୍ରଦୀପ

ଶଙ୍ଖରେ ଯୋଗ ଦେବେ ପ୍ରଦୀପ

ଶଙ୍ଖରେ ଯୋଗ ଦେବେ ପ୍ରଦୀପ
SHARE NOW :

ନବରଙ୍ଗପୁର (ଲାଇଭ୍ ଓଡିଶା ନ୍ୟୁଜ୍‌) : ଶଙ୍ଖ ଶବ୍ଦରେ ପ୍ରକମ୍ପିତ ହୋଇଚାଲିଛି ଓଡିଶାର ରାଜନୀତି । ଶକ୍ତିଶାଳୀ ହୋଇଚାଲିଛି ବିଜେଡି । ଯୋଗ ଦେବାରେ ଲାଗିଛନ୍ତି ବିଭିନ୍ନ ଦଳର ନେତା । ବିଜୁ ଜନତା ଦଳ ସୁଦୃଢ ହୋଇଚାଲିଥିବା ବେଳେ ପୁଣି ଯୋଗ ଦେବେ ଆଉ ଏକ ବରିଷ୍ଠ ନେତା । ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ ପ୍ରଦୀପ ମାଝୀ ।

ସୂଚନା ଅନୁସାରେ ନବରଙ୍ଗପୁରରେ ଏକ ମିଶ୍ରଣ ପର୍ବ ଦ୍ୱାରା ବିଜେଡିରେ ଯୋଗ ଦେବେ ପ୍ରଦୀପ । ମିଶ୍ରଣ ପର୍ବରେ ପ୍ରଦୀପଙ୍କ ସମର୍ଥକ ସାମିଲ ରହିବେ । ଏହା ବ୍ୟାତୀତ ସାଂଗଠନିକ ସମ୍ପାଦକ ପ୍ରବଣ ଦାସଙ୍କ ଉପସ୍ଥିତିରେ ଦଳରେ ମିଶିବେ ପ୍ରଦୀପ ।

ତେବେ ପୂର୍ବରୁ ଅକ୍ଟୋବର ୨୨ରେ ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେବା ସହ ବିଜେଡିରେ ମିଶିବା ନେଇ ସୂଚନା ଦେଇଥିଲେ । ରାଜ୍ୟବାସୀଙ୍କ ପାଖରେ କଂଗ୍ରେସ ତାର ବିଶ୍ୱସନୀୟତା ହରାଇଥିବା ପ୍ରଦୀପ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ ।

ସେହିପରି ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନେକ ସମସ୍ୟା ରହିଛି ଏବଂ ସେ ସମସ୍ୟାର ସମାଧାନ ପାଇଁ କଂଗ୍ରେସର ଏବେ ଶକ୍ତି ନାହିଁ । ମାତ୍ର ବିଜେଡି ସହାୟତାରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଥିଲେ ।

Leave a Reply

Your email address will not be published. Required fields are marked *

Related Posts