ଖଟିଆରେ ବୁହାହେଲେ ଗର୍ଭବତୀ

SHARE NOW :
ନବରଙ୍ଗପୁର, ୧୪.୯ ( ଲାଇଭ୍ ଓଡିଶା ନ୍ୟୁଜ୍/ନନ୍ଦିତା ବିଶ୍ୱାସ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଠାରେ ପୁଣି ଥରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଯୋଗୁଁ ଖଟିଆ ରେ ବୁହାହୋଇଛନ୍ତି ଗର୍ଭବତୀ । ସୂଚନା ଅନୁଯାୟୀ ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଣୀଚଚରା ଗ୍ରାମର ଚୈତନ୍ୟ ସାନ୍ତାଙ୍କ ସ୍ତ୍ରୀ ମନିକା ସାନ୍ତା । ତାଙ୍କୁ ଦିନ ୨ଟାରେ ପ୍ରସବ ଯନ୍ତ୍ରଣା ହୋଇଥିଲା ତେବେ ଯନ୍ତ୍ରଣା ଅଧିକ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ।
ତେବେ ଆମ୍ବୁଲାନ୍ସ ରାସ୍ତା ଖରାପ ଯୋଗୁ ଗାଁ କୁ ପହଞ୍ଚି ନପାରି ପ୍ରାୟ ଦେଡ଼ କିଲୋମିଟର ଦୂର ଅଟକି ରହିଥିଲା । ପରେ ଗ୍ରାମବାସୀ ମିଶି ଆମ୍ବୁଲାନ୍ସ କୁ ଠେଲି ଠେଲି ଗାଁ ମଧ୍ୟକୁ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆଉ ଏକ କିଲୋମିଟର ରାସ୍ତା ଅତି ସୋଚନିୟ ଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇପାରିନଥିଲା
ଫଳରେ ଗ୍ରାମବାସୀମାନେ ବାଧ୍ୟ ହୋଇ ଖଟିଆ ସାହାଯ୍ୟ ରେ ପ୍ରାୟ ୧ କିଲୋମିଟର କାଦୁଅ ଭର୍ତ୍ତି ରାସ୍ତା ରେ ଦୀର୍ଘ ୧ ଘଣ୍ଟା ଧରି ଖଟିଆରେ ଗର୍ଭବତୀଙ୍କୁ ବୋହ ବୋହିି ବହୁ କଷ୍ଟ ରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ଥିଲେ । ମହିଳା ଜଣଙ୍କ ଉମରକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।