FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆରମ୍ଭ ହୋଇଗଲାଣି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ଯେକୌଣସି ସମୟରେ ବିଜ୍ଞପ୍ତି

ଆରମ୍ଭ ହୋଇଗଲାଣି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ଯେକୌଣସି ସମୟରେ ବିଜ୍ଞପ୍ତି

ଆରମ୍ଭ ହୋଇଗଲାଣି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ଯେକୌଣସି ସମୟରେ ବିଜ୍ଞପ୍ତି
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏନେଇ ସାରା ରାଜ୍ୟରେ ରାଜନୀତି ମହଲ ସରଗରମ ହୋଇପଡିଛି । ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ ଆରମ୍ଭ କରିସାରିଲେଣି । ଏହାସହ ନିର୍ବାଚନ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟରେ ଯେକୌଣସି ସମୟରେ ପଞ୍ଚାୟତ ନିର୍ବାଚନ ନେଇ ପ୍ରକାଶ ପାଇବ ବିଜ୍ଞପ୍ତି ।ବିଜ୍ଞପ୍ତି ପ୍ରକାଶ ଦିନ ଠାରୁ ଲାଗୁ ହେବ ଆଦର୍ଶ ଆଚରଣ ବିଧି । ଭୋଟ୍ ଗଣତି ଶେଷ ହେବା ପର‌୍ୟ୍ୟନ୍ତ ଏହି ଆଚରଣ ବିଧି ବଳବତ୍ତର ରହିବ । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଆଚରଣ ବିଧି ସଂକ୍ରାନ୍ତ ମାର୍ଗଦର୍ଶିକା ପ୍ରକାଶ ପାଇବ । ସମ୍ବିଧାନର ଧାରା ୨୪୩-କେ ଓ ପଞ୍ଚାୟତ ଆଇନ୍ ଅନୁଯାୟୀ ମାର୍ଗଦର୍ଶିକା ପ୍ରକାଶ ପାଇବ । ଚଳିତ ଥର ଭୋଟ୍ ଗ୍ରହଣ ଦିନ ଗଣତି ହେବ ନାହିଁ । ଜୋନ୍ ତଥା ବ୍ଲକର ସାମଗ୍ରିକ ତ୍ରିସ୍ତରୀୟ ନିର୍ବାଚନ ସରିବା ପରେ ବ୍ଲକ୍ ମୁଖ୍ୟାଳୟରେ ଗଣତି କରାଯିବ । ୩ଟି ପର‌୍ୟ୍ୟାୟରେ ଗଣତି ଓ ୫ଟି ପର‌୍ୟ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ପହଞ୍ଚିଥିବା ବେଳେ ନିର୍ବାଚନ ଖର୍ଚ୍ଚ ରାଶି ସହ ଗାଡ଼ି ବ୍ୟବହାର ବୃଦ୍ଧି ନେଇ ଘୋଷଣା ହୋଇସାରିଛି ।ପଞ୍ଚାୟତ ନିର୍ବାଚନ ନେଇ ଖୁବଶୀଘ୍ର ବସିବ ସର୍ବଦଳୀୟ ବୈଠକ । ବୈଠକ ପରେ ଘୋଷଣା ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତାରିଖ । ଏନେଇ ଡିସେମ୍ବର ୪ ତାରିଖରେ ଜିଲ୍ଲାସ୍ତରରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଗତଥର ଅପେକ୍ଷା ଏଥର ଭୋଟରଙ୍କ ସଂଖ୍ୟା ବଢିଛି । ୱାର୍ଡ଼ ସଂଖ୍ୟା କମିଛି । ଚଳିତ ଥର ୯୧ ହଜାର ୯୧୩ ୱାର୍ଡ଼ରେ ଭୋଟ ଗ୍ରହଣ ହେବ । ୨୦୧୭ରେ ଭୋଟର ସଂଖ୍ୟା ୨ କୋଟି ୬୧ ଲକ୍ଷ ଥିଲା । ଯାହା ଚଳିତ ନିର୍ବାଚନରେ ୨ କୋଟି ୬୩ ଲକ୍ଷ ହେବାର ସମ୍ଭାବନା ରହିିଛି ।

Leave a Reply

Your email address will not be published.

Related Posts