ସୁବର୍ଣ୍ଣପୁରରେ ରୟତ ପ୍ରଜା ମାନଙ୍କର ନୀରବ ବିକ୍ଷୋଭ ପ୍ରଦର୍ଶନ

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ଗବଜୁରି ଗାଁର ରୟତ ପ୍ରଜାମାନେ ରାସ୍ତା ନିର୍ମାଣ ପାଇଁ ଘରୋଇ ଜମି ପ୍ରଦାନ ପାଇଁ ଡ଼ିସିମିଲ ପ୍ରତି ୬୦ ହଜ଼ାର ଟଙ୍କା ଦାବି କରିଛନ୍ତି।ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନିଜ ଦାବି ଜିଲ୍ଲା ପ୍ରଶାସନ ଆଗରେ ଉପସ୍ଥାପନ କରିଛନ୍ତି ।ପ୍ରାୟ ୧୪ ଜଣ ରୟତ ପ୍ରଜା ନିଜ ଜମିର ଉଚିତ ମୂଲ୍ୟ ତଥା ବଜ଼ାର ଦରରେ ମୂଲ୍ୟ ପ୍ରଦାନ ପାଇଁ ଦାବି କରିଛନ୍ତି।ଜିଲ୍ଲାର ବୈଦ୍ୟନାଥ-ଗବଜୁରୀ ପୋଲର ଗବଜୁରୀ ପାର୍ଶ୍ୱରେ ଆପ୍ରୋଚ ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ରୟତ ପ୍ରଜା ମାନଙ୍କର ପିତୃ ପିତାର କୃଷି ଜମିକୁ ବିଭାଗ ପାଖରେ ବିକ୍ରି କରିବା ପାଇଁ ଅନୁରୋଧ କରିଛି।ତେବେ ଜଣେ ରୟତ ପ୍ରଜାର କୃଷି ଜମିକୁ ଡ଼ିସିମିଲ ୬୦ ହଜ଼ାର ଟଙ୍କାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କିଣିଥିବା ବେଳେ ଅନ୍ୟାନ୍ୟ ୧୪ ଜଣ ପ୍ରଜାଙ୍କର ଜମି ଅଳ୍ପ ମୂଲ୍ୟରେ ଦେବା ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାପ ସୃଷ୍ଟି କରାଯାଉଥିବା ଅଭିଯୋଗ ହୋଇଛି।ତେବେ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପାଦନ ନ କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିଥିବା ବେଳେ ଆପ୍ରୋଚ ରାସ୍ତା ନିର୍ମାଣ ହୋଇ ପାରୁ ନ ଥିବାରୁ ପୋଲ କାର୍ଯ୍ୟ ଶେଷ ହୋଇ ପାରୁ ନାହିଁ।ସେହିପରି ରୟତ ପ୍ରଜା ମାନଙ୍କ କୃଷି ଜମି ଅଧିଗ୍ରହଣ କରା ନ ଯାଇ ରାସ୍ତା ନିର୍ମାଣ ପାଇଁ କୃଷି ଜମି ଉପରେ ମାଟି ପକାଇ ଦିଆ ଯାଇଛି।ତେବେ ପ୍ରଜାମାନେ ନିଜ ଚାଷ ଜମିରେ ନା କୃଷି କାର୍ଯ୍ୟ କରିଛନ୍ତି ନା ପ୍ରଶାସନ ପାଖରେ ବିକ୍ରି କରିଛନ୍ତି।ତେବେ ପ୍ରଜା ମାନଙ୍କୁ ଡ଼ିସିମିଲ ୬୦ ହଜ଼ାର ଟଙ୍କା ଦେଇ ଜମି ଅଧିଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି।ଜମି ଅଧିଗ୍ରହଣ ନ କରି ରାସ୍ତା ନିର୍ମାଣ କାର୍ଯ୍ୟ ଜୋର ଜବରଦସ୍ତ କରାଗଲେ ପ୍ରଜା ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।