- Home
- »
- Breaking News
- »
- ସୁବର୍ଣ୍ଣପୁର ଜିଲ୍ଲାରେ ରାସ୍ତା ଉଚ୍ଛେଦକୁ ନେଇ ଉତ୍ତେଜନା ।
ସୁବର୍ଣ୍ଣପୁର ଜିଲ୍ଲାରେ ରାସ୍ତା ଉଚ୍ଛେଦକୁ ନେଇ ଉତ୍ତେଜନା ।

SHARE NOW :
ସୁବର୍ଣ୍ଣପୁର(ବ୍ୟୁରୋ): ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଳକ ରୁଗୁଡିପାଲି ଗାଁରେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।ରାସ୍ତା ପ୍ରଶସ୍ତିକରଣ ପାଇଁ ସଦର ତହସିଲ କାର୍ୟ୍ୟାଳୟ ପକ୍ଷରୁ ଜବରଦଖଲ ଉଛେଦ କରାଯାଉଛି ।ତେବେ ରାସ୍ତାର ଉଭୟ ପାର୍ଶ୍ବରେ ସରକାରୀ ଯାଗା ମାଡି ବସିଥିବା କିଛି ପରିବାର ଏହାର ଦୃଢ ବିରୋଧ କରିବା ସହିତ ଜବରଦଖଲ ଯାଗାରେ ଧାରଣାରେ ବସିଛନ୍ତି ।ତହସିଲ ପକ୍ଷରୁ ରାସ୍ତାର ଗୋଟିଏ ପାର୍ଶ୍ବରେ ଜବରଦଖଲ ଉଛେଦ କରାଯାଉଛି ବୋଲି ଜବରଦଖଲ କାରୀମାନେ ଅଭିଯୋଗ କରିଛନ୍ତି । ରାସ୍ତା ପ୍ରଶସ୍ତିକରଣ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଆବଶ୍ୟକ କରୁଥିବା ଯାଗା ଉଛେଦ କରାଗଲେ ତାହା ସର୍ବମାନ୍ୟ ହେବ ବୋଲି ଗାଁଲୋକେ କହିଛନ୍ତି । ତେବେ ତହସିଲ କାର୍ଯ୍ୟାଳାୟ ପକ୍ଷରୁ ରାସ୍ତା ପ୍ରଶସ୍ତିକରଣ ପୂର୍ବରୁ ଜବରଦଖଲକାରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ନନ୍ଦନମାଳ ରୁ ଖଲିଆପାଲିକୁ ଯାଉଥିବା ଏହି ରାସ୍ତା ପାଇଁ ଆବଶ୍ୟକ କରୁଥିବା ସରକାରୀ ଯାଗା ଆଜି ଉଛେଦ କରାଯାଉଥିବା ବେଳେ ଗାଁଲୋକେ ରାସ୍ତାର ଉଭୟ ପାର୍ଶ୍ବର ଯାଗା ଖାଲି କରିବାକୁ ଅନୁରୋଧ କରିଥିଲେ ।ହେଲେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ତହସିଲଦାର ମନା କରିବାକୁ ସେଠାରେ ଉତ୍ତେଜନା ଦେଖା ଦେଇଛି ।ତେବେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଜବରଦଖଲ ଉଛେଦ କରିବା ପାଇଁ ସଦର ଆଇ ଆଇ ସି , ଏସଡିପିଓ ସମେତ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ଜବରଦଖଲକାରୀଙ୍କ ବିରୋଧ ସତ୍ତ୍ବେ ପୋଲିସ ସହାୟତାରେ ଜବରଦଖଲ ଉଛେଦ କରାଯାଉଛି ।