FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ

କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ

କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ
SHARE NOW :

କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ): ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ମମିତା ମର୍ଡର ମିଷ୍ଟ୍ରି ରେ ଗୃହ ରାଜ୍ୟ ମନ୍ତ୍ରୀ ଙ୍କ ସମ୍ପୃକ୍ତି ହେଉ ଅବା ରନ୍ଧନ ପେଟ୍ରୋଲ ଡିଜେଲ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ମଣ୍ଡି ରେ ଧାନ ବିକ୍ରି ପାଇଁ ଚାଷି ଙ୍କ ଟୋକନ ସମସ୍ୟା କୁ ନେଇ ଶାସକ ଦଳ କୁ ଟାର୍ଗେଟ କରିଛି ବିରୋଧୀ କଂଗ୍ରେସ ଦଳ । ସବୁ କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାର ସାଧାରଣ ଜନତା ଙ୍କ ଆସ୍ଥା ଓ ବିଶ୍ୱାସ ହରାଇଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଆଜି କୋକସରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବ୍ଲକ ସଭାପତି ରାଜେନ୍ଦ୍ର ନାଏକ ଙ୍କ ନେତୃତ୍ବରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧ ରେ ନାରାବାଜି କରି ବ୍ଲକ କାର‌୍ୟ୍ୟଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ସହ ଏକ ଦାବିପତ୍ର ବିଡ଼ିଓ ଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଦେଇଛନ୍ତି । ଏହି ପ୍ରତିବାଦ ସଭା ରେ ଯୁବନେତା ତ୍ରିଭୁବନ ନାଏକ ଜିଲ୍ଲା ଯୁବମୋର୍ଚା ଉପ ସଭାପତି ଲିଙ୍ଗରାଜ ବେହେରା ତ୍ରିଲୋଚନ ମହାନନ୍ଦ କୃଷକ ମୋର୍ଚ୍ଚା ସଭାପତି ଘନଶ୍ୟାମ ଜାଲ କେଶବ ଚନ୍ଦ୍ର ନାଏକ ଅରୁଣ ମାଝୀ ଦେବରାଜ ମାଝୀ ଧନବଲ ନାଏକ ପୁରୁଷୋତ୍ତମ ନାଏକ ନାରିନେତ୍ରୀ ଫୁଲତୋଳା ଖମାରି ମାଧୁରୀ ନିଆଲ ସମେତ ଶତାଧିକ କଂଗ୍ରେସ ର କର୍ମି ଉପସ୍ଥିତ ରହିଥିଲେ।।

Leave a Reply

Your email address will not be published. Required fields are marked *

Related Posts