- Home
- »
- Breaking News
- »
- ସୁବର୍ଣ୍ଣପୁରରେ ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ଓ ଶ୍ରମିକ କୃଷକ ଏକତା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ସୁବର୍ଣ୍ଣପୁରରେ ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ଓ ଶ୍ରମିକ କୃଷକ ଏକତା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ବସ୍ତି ବାସିନ୍ଦା ସୁରକ୍ଷା ମଂଚ ଓ ଶ୍ରମିକ କୃଷକ ଏକତା ମଂଚ ପକ୍ଷରୁ ସହରର କଚେରୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ବସ୍ତି ବାସିନ୍ଦା ସୁରକ୍ଷା ମଂଚର ସଭାନେତ୍ରୀ ଜ୍ୟୋତିର୍ମୟୀ ରଥଙ୍କ ନେତୃତ୍ବରେ ମହିଳାମାନେ ରାଜରାସ୍ତାରେ ଚୁଳି ଜାଳି ଦରଦାମ ବୃଦ୍ଧିର ପ୍ରତିବାଦ କରିଛନ୍ତି ।ତା ସାଙ୍ଗକୁ ମଧ୍ୟାନ୍ନ ଭୋଜନ ବି ପ୍ରସ୍ତୁତ କରିଛନ୍ତି ।ତେବେ ଘରୋଇ ଜାଳେଣୀ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧିର ନିଆରା ପ୍ରତିବାଦ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି କରିବା ସହିତ ଦର ନିୟନ୍ତ୍ରଣ ଦାବୀରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଏବେ ଖାଇବା ତେଲଠାରୁ ଆରମ୍ଭ କରି ଡାଲିଜାତୀୟ ଦ୍ରବ୍ୟର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ ମହିଳାଙ୍କ ରୋଷେଇ ଘର ଖର୍ଚ୍ଚ ବି ଅହେତୁକ ଭାବେ ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି ।ଜାଳେଣୀ ଗ୍ୟାସର ମୂଲ୍ୟ ବୃଦ୍ଧି ଯୋଗୁଁ ଘରୋଇ ଇନ୍ଧନ ଖର୍ଚ୍ଚ ବି ବୃଦ୍ଧି ପାଇଛି ।ତେବେ ମହିଳାଙ୍କ ଦୈନନ୍ଦିନ ତେଜରାତି ଓ ଇନ୍ଧନ ଖର୍ଚ୍ଚରେ ବର୍ଷକ ଭିତରେ ପ୍ରାୟ ୩୦ ରୁ ୪୦ ପ୍ରତିଶତ ବୃଦ୍ଧି ହୋଇଥିବା ଅଭିଯୋଗ କରିଛନ୍ତି ।ତେବେ ତୁରନ୍ତ ଦର ନିୟନ୍ତ୍ରଣ କରିବା ସହିତ ରୋଷେଇ ଦ୍ରବ୍ୟ ଖର୍ଚ୍ଚ ହ୍ରାସ କରିବା ପାଇଁ ମହିଳାମାନେ ନିବେଦନ କରିଛନ୍ତି ।