ପମ୍ପ ଚାଳକ ସହାସଂଘ ପକ୍ଷରୁ ଆନ୍ଦୋଳନ ଡାକରା

SHARE NOW :
(ଲାଇଭଓଡିଶା ନ୍ୟୁଜ) ବ୍ୟୁରୋ : ଲହୁଣିପଡ଼ା ବ୍ଲକ ଗ୍ରାମିଣ ଜଳ ଯୋଗାଣ ସ୍ଵାବଲମ୍ବି କାରିଗର ଓ ପମ୍ପ ଚାଳକ ମହାସଂଘ ପକ୍ଷରୁ ୮ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଛନ୍ତି। ଏଥିପାଇଁ ଆଜି ମହାସଂଘର ଲହୁଣିପଡ଼ା ଶାଖା ସଭାପତି ଭଜନ କିସାନ ନେତୃତ୍ବରେ କାର୍ୟ୍ୟରତ କର୍ମଚାରୀ ଓ ସମ୍ପାଦକ ବିଶିକେସନ ମାହାନ୍ତ, କୋଷାଧ୍ୟକ୍ଷ ସୁନ୍ଦର ମୁଣ୍ଡା ପ୍ରମୁଖ ଏକ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ବିଡିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଏଇ, ଇ, ଏମ୍ ଉଚ୍ଛେଦ କରି ଗ୍ରାମ୍ୟ ଜଳଯୋଗାଣ କର୍ମଚାରୀର ମାନ୍ୟତା ପ୍ରଦାନ କରିବା , ସମାନ କାମକୁ ସମାନ ଦରମା କରିବା, ଗ୍ରାମପଞ୍ଚାୟତରୁ ଦରମା ବନ୍ଦ କରାଯାଇ ଆମକୁ ଡିପାର୍ଟମେଣ୍ଟ ଦରମା ଦେବା, ୫ ବର୍ଷର ବୟସ କୋହଳ କରିବା , ୧୦ ବର୍ଷର ଏରିୟର ଦେବା । କାର୍ୟ୍ୟ କରୁଥିବା ସମୟରେ କୌଣସି କର୍ମଚାରୀ ଦୁର୍ଘଟଣାରେ ମୃତ ବରଣ କଲେ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବା । ଉକ୍ତ ପରିବାରରୁ ସେହି ସଂସ୍ଥାରେ ଜଣଙ୍କୁ ନିଯୁକ୍ତି ସେହିପରି କାର୍ୟ୍ୟକାରୀ ହେଉଥିବା ମେଗା ପ୍ରକଳ୍ପ ଯୋଜନାରେ ଏସ୍. ଇ.ଏମ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀଙ୍କୁ ନିଯୁକ୍ତି ଦାବି ନେଇ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି। ସରକାର ଏହାର ତୁରନ୍ତ ସମାଧାନ କରାନଗଲେ ସେମାନେ ବାଧ୍ୟହୋଇ ଆଗାମୀ ଦିନରେ କାର୍ୟ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି।