FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
SHARE NOW :

ଭୁବନେଶ୍ୱର (ଲାଇଭ୍ଓଡ଼ିଶା ନ୍ୟୁଜ୍‌): ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି ଦେଶର ପ୍ରଥମ ସହର। ଏହାଦ୍ୱାରା ପୁରୀର ଜନସାଧାରଣ ଟ୍ୟାପ୍‌ରୁ ସିଧାସଳଖ ଉଚ୍ଚମାନର ପିଇବା ପାଣି ପାଇପାରିବେ।। ପିଇବା ପାଣିକୁ store କରି ରଖିବା ଦରକାର ନାହିଁ, କିମ୍ବା ଫିଲଟର୍‌ କରିବା ମଧ୍ୟ ଆବଶ୍ୟକ ନାହିଁ । ବିଶ୍ବର କେବଳ ବଡ ବଡ ସହର ମାନଙ୍କରେ ଏଭଳି ସୁବିଧା ମିଳେ । ଏହାଦ୍ବାରା ପୁରୀର ଅଢେଇ ଲକ୍ଷ ଜନସାଧାରଣଙ୍କ ସହିତ ବର୍ଷକୁ ଆସୁଥିବା ୨ କୋଟି ପର୍ଯ୍ୟଟକ ଉପକୃତ ହୋଇପାରିବବେ । ୨୪ ଘଣ୍ଟିଆ ପାନୀୟରୁ ଟ୍ୟାପ୍ ସୁବିଧା କୌଣସି ଫିଲ୍ଟରେସନ୍ ଆବଶ୍ୟକ ନକରି ପିଇବା ଏବଂ ରାନ୍ଧିବା ପାଇଁ ବ୍ୟବହାର କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହା ଦ୍ୱାରା ପୁରୀରେ ବାସ କରୁଥିବା ଆନୁମାନିକ ୨.୫ ଲକ୍ଷ ଲୋକ ଏବଂ ପ୍ରତିବର୍ଷ ପୁରୀ ପରିଦର୍ଶନ କରୁଥିବା ପ୍ରାୟ ୨ କୋଟି ପର୍ଯ୍ୟଟକଙ୍କୁ ଏହି ସୁବିଧା ଦ୍ୱାରା ବହୁତ ଲାଭବାନ ହେବେ । ପୁରୀରେ ନିଜର ଶୋଷ ମେଣ୍ଟାଇବା ପାଇଁ ଆପଣଙ୍କୁ ଏକ ବୋତଲ ବହନ କରିବାକୁ ପଡିବ ନାହିଁ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ।

Leave a Reply

Your email address will not be published. Required fields are marked *

Related Posts