FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ୩ ଦିନ ପାଇଁ ବନ୍ଦ ରହିବ ଜଗା ଦର୍ଶନ

୩ ଦିନ ପାଇଁ ବନ୍ଦ ରହିବ ଜଗା ଦର୍ଶନ

୩ ଦିନ ପାଇଁ ବନ୍ଦ ରହିବ ଜଗା ଦର୍ଶନ
SHARE NOW :

ପୁରୀ, ୧୦.୯ (ଓଡିଶା ଲାଇଭ୍‌ ନ୍ୟୁଜ୍‌): ଆଜିଠାରୁ ତିନି ଦିନ ବନ୍ଦ ରହିବ ଜଗା ଦର୍ଶନ । ମନ୍ଦିର ପ୍ରଶାସନ ସୂଚନା ଅନୁସାରେ ଆଜି ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି । ସେପଟେ ପୂର୍ବ ଏସ୍ଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ।
ଲଗାତର ତିନିଦିନ ଶ୍ରୀମନ୍ଦିର ବନ୍ଦ ରହିବା ପରେ ସୋମବାରଠାରୁ ଭକ୍ତମାନେ ନୂଆ ଏସ୍ଓପି ଅନୁଯାୟୀ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହି ଏସ୍ଓପି ଅନୁସାରେ କେବଳ ରବିବାର ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ତେବେ ବାକି ୬ ଦିନ ଭକ୍ତମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ସେପଟେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କଟକଣା ହଟାଇ ଦିଆଯାଇଛି । ସୋମବାର ଠାରୁ ଭକ୍ତମାନେ ଆନନ୍ଦବଜାରରେ ବସି ସପରିବାର ମହାପ୍ରସାଦ ସେବନ କରିପାରିବେ । ମହାପ୍ରଭୁଙ୍କ ପାଇଁ ଫୁଲ, ଦୀପ, ଧୂପ ନେଇ ଶ୍ରୀମନ୍ଦିର ପରିସର ଭିତରକୁ ଯାଇପାରିବେ ।

Leave a Reply

Your email address will not be published. Required fields are marked *

Related Posts