FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ପୁରୀ ପାଇଁ ପରିଚୟ ସଂକଟ

ପୁରୀ ପାଇଁ ପରିଚୟ ସଂକଟ

ପୁରୀ ପାଇଁ ପରିଚୟ ସଂକଟ
SHARE NOW :

ଭୁବନେଶ୍ୱର ( ଲାଇଭ୍ ଓଡିଶା ନ୍ୟୁଜ୍‌): ରାଜ୍ୟରେ ଏବେ କିଛି ଲୋକଙ୍କୁ ପରିଚୟ ସଂକଟ ଘାରିଛି । ଯେଉଁଥି ପାଇଁ ଅନେକ ଦଳ ବଦଳରେ ମାତି ଥିବା ବେଳେ ଆଉ କିଛି ଲୋକ ସ୍ଥାନର ନାମ ପରିବର୍ତ୍ତନ ପାଇଁ ଦାବୀ କରୁଛନ୍ତି । ପୁରୀର ନାମ ପରିବର୍ତ୍ତନ କରି ବା ପୁରୀ ସହ ମହାପ୍ରଭୁ ଜଗନ୍ନାଥଙ୍କ ନାମ ଯୋଡି ପୁରୀକୁ ବିଶ୍ୱବିଦିତ କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ଏଠି ପ୍ରଶ୍ନ ଉଠୁଛି ଏହି ନାମ ପରିବର୍ତ୍ତନ ଯୋଜନା କେତେ ଯୁକ୍ତିଯୁକ୍ତ ।

ଏଠି ପ୍ରଶ୍ନ ଉଠୁଛି କଣ ପୁରୀକୁ କେହି ଜାଣନ୍ତି ନାହିଁ । ଶତାଧିକ ବର୍ଷ ତଳର ଏହି ସହର ଜଗନ୍ନାଥ ଧାମ ଭାବେ ବି ପରିଚିତ । ଯେଉଁଥି ପାଇଁ କେବଳ ଭାରତ ନୁହେଁ ସାତ ସମୁଦ୍ର ପାର କରି ବିଦେଶୀ ବି ଏହି ସ୍ଥାନକୁ ଆସନ୍ତି । ଖାସ କରି ରଥ ଯାତ୍ରା ସମୟରେ ହଜାର ହାଜାର ବିଦେଶୀ ଭକ୍ତ ଆସିବା ଗୋଟିଏ କଥା ସୂଚାଉଛି ଯେ ପୁରୀ ନାଁ ସହିତ ସମସ୍ତେ ଓତପ୍ରୋତ ଭାବେ ଜଡିତ । ଏକଥା ସାଧାରଣ ଜନତା ବି ଭାବେ ଜାଣନ୍ତି ।

ଯଦି କୌଣସି ଲୋକ ପୁରୀକୁ ଜାଣି ନାହିଁ କିନ୍ତୁ ଜଗନ୍ନାଥଙ୍କୁ ଜାଣିଛି ତେବେ ଓଡିଆ ଭାବେ ଏହା ଯଥେଷ୍ଟ ଯେ ଆମେ ଜଗନ୍ନାଥଙ୍କ ନାଁରେ ପରିଚିତ । ଆମର ନିଜସ୍ୱ ପରିଚୟର ଆଉ ଆବଶ୍ୟକତା ନାହିଁ । ଗୋଟିଏ ଭକ୍ତ ପାଇଁ ଏହାଠାରୁ ବଡ ସମ୍ମାନ କଣ ହୋଇପାରେ ଯେ ସେ ତା ପ୍ରଭୁଙ୍କ ନାମରେ ପରିଚିତ ହେଉଛି । ଯାହାର ଉଦାହରଣ ଅନେକ ଅଛି ।

ଦ୍ୱାରିକା କହିଲେ ସମସ୍ତେ କୃଷ୍ଣଙ୍କ ନଗରୀକୁ ବୁଝନ୍ତି, ଅଯୋଧ୍ୟା କହିଲେ ରାମଙ୍କ ନଗରୀକୁ ବୁଝାଯାଏ । ତେବେ ପୁରୀ କହିଲେ ଜଗନ୍ନାଥ ଧାମ ବୋଲି ସାରା ବିଶ୍ୱ ଜାଣେ । ତେଣୁ ଏଠି ପୁରୀ ପୂର୍ବରୁ ଜଗନ୍ନାଥ ଲଗାଇ ଦେଲେ ଲୋକେ ପୁରୀକୁ ଚିହ୍ନିବେ ଏହି ଯୁକ୍ତି ଅପ୍ରାସଙ୍ଗିକ ମନେହେଉଛି । ବୋଧହୁଏ ଆମେ ପରିଚୟ ସଂକଟ ଦେଇ ଗତି କରୁଛୁ । ହେଲେ ଆମେ ଭୁଲିବା ଉଚିତ୍ ନୁହେଁ ଯେ କର୍ମକୁ ନେଇ ମଣିଷ ନିଜର ପରିଚୟ ତିଆରି କରେ ନାମ ବଦଳାଇ ଦେଲେ ପରିଚୟ ବଦଳେ ନାହିଁ ।

Leave a Reply

Your email address will not be published. Required fields are marked *

Related Posts