FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଚାକିରୀ କରିଦେବା କହି ଲକ୍ଷାଧିକ ଠକେଇ ମାମଲାରେ ରେଳବାଇ ଅଧିକାରୀ ଗିରଫ

ଚାକିରୀ କରିଦେବା କହି ଲକ୍ଷାଧିକ ଠକେଇ ମାମଲାରେ ରେଳବାଇ ଅଧିକାରୀ ଗିରଫ

ଚାକିରୀ କରିଦେବା କହି ଲକ୍ଷାଧିକ ଠକେଇ ମାମଲାରେ ରେଳବାଇ ଅଧିକାରୀ ଗିରଫ
SHARE NOW :


ମୟୁରଭଞ୍ଜ(ସତ୍ୟଜିତ କଲିଆ/ନୀଳାଚଳ ନ୍ୟୁଜ୍‌): ରେଳ ବିଭାଗରେ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ କେନ୍ଦୁଝର ଜୋଡ଼ା ଅଞ୍ଚଳରୁ ଜଣେ ଅଭିଯୁକ୍ତକୁ ବାରିପଦା ଟାଉନ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲାର କିଶୋର ଚନ୍ଦ୍ର ବେହେରା। ଅଭିଯୁକ୍ତ ଜଣେ ରେଳ ବିଭାଗର ଅଧିକାରୀ ସହିତ ଗ୍ରୁପ ସି ଓ ଡି ବିଭାଗର ସିଲେକ୍ସନ କମିଟିର ସଦସ୍ୟ ରହିଥିଲେ। ବାରିପଦା ଟାଉନ୍ ଥାନାରେ ୮୫୭/୨୧ କେସ୍ ନମ୍ବରରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ ହୋଇଥିଲା। ବାରିପଦା ଟାଉନ ପୋଲିସ ତଦନ୍ତ କରି ଚାରି ଜଣ ଆବେଦନ କାରିଙ୍କ ସାର୍ଟିଫିକେଟ୍ ଓ ପ୍ରମାଣପତ୍ର, ଗୋଟିଏ ଏସବିଆଇ ବ୍ୟାଙ୍କର୍ ଚେକ୍ ଓ ଅଭିଯୁକ୍ତର ଗୋଟିଏ ଓପୋ ସେଲ୍ ଫୋନ୍ ଜବତ କରିଛି।

ଅଭିଯୋଗ ଅନୁସାରେ ବାରିପଦା ଟାଉନ ଥାନା ଅନ୍ତର୍ଗତ ଜାମୁନାଦୀପୁରର ସଦାନନ୍ଦ ମହାନ୍ତ ଅଭିୟୁକ୍ତ କିଶୋର ଚନ୍ଦ୍ର ମହାନ୍ତଙ୍କ ସହିତ ଗତବର୍ଷ ପରିଚିତ ହୋଇଥିଲେ। ରେଳ ବିଭାଗରେ ଗ୍ରୁପ୍-ସି ଏବଂ ଗ୍ରୁପ୍-ଡି ନିଯୁକ୍ତିରେ ଅର୍ଥ ପ୍ରଦାନ କରି ଅନେକ ପ୍ରାର୍ଥୀଙ୍କୁ ନିୟୋଜିତ କରିଦେବାର କହି ସଦାନନ୍ଦଙ୍କ ନିକଟରୁ ମୋଟ ୯ ଲକ୍ଷ ୩୧ହଜାର ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଥିଲା। ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା କୌଣସି ଚାକିରୀ ନ କରାଇ ଦେବାରୁ ଥାନାରେ ଲିଖିତ ମାମଲା ରୁଜ୍ଜୁ ହୋଇଥିଲା। ଅଭିୟୁକ୍ତ କିଶୋର ଚନ୍ଦ୍ର ବେହେରା ଚାରି ବର୍ଷ ପୂର୍ବେ ରେଳବାଇ ଚାକିରି ସ୍କାମ ରାକେଟରେ ଜଡିତ ଥିଲେ ଏବଂ ସେହି ସମୟରେ ଭୁବନେଶ୍ୱର କମିଶନରେଟ ଥାନାରେ ମାମଲା ରୁଜ୍ଜୁ କରି ତାଙ୍କୁ ଗିରଫ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Related Posts