ବଢୁଛି କରୋନା,ଚିନ୍ତାରେ ଶିକ୍ଷାନୁଷ୍ଠାନ

SHARE NOW :
ସୁନ୍ଦରଗଡ(ଲାଇଭଓଡିଶା ବ୍ୟୁରୋ):କରୋନା ସଂକ୍ରମଣ ଆୟତକୁ ଆସିବା ପରେ ଧିରେ ଧିରେ ଆଶ୍ୱସ୍ତି ହେଉଥିଲା ରାଜ୍ୟ । ଏହି ପରିସ୍ତିତିକୁ ଆଖିରେ ରଖି ଶିକ୍ଷାଅନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । କିନ୍ତୁ ଶିକ୍ଷାଅନୁଷ୍ଠାନ ଖୋଲିବାର ଦିନ କେଇଟା ହେଇଛି କି ନାହିଁ ରାଜ୍ୟରେ ଚିନ୍ତା ବଢାଇଲାଣି ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ । ପ୍ରଥମେ ସମ୍ବଲପୁର ବୁର୍ଲା ଆଉ ଏବେ ସୁନ୍ଦରଗଡ ସେଣ୍ଟ ମେରି ବାଳିକା ବିଦ୍ୟାଳୟ । ଉକ୍ତ ବାଳିକା ବିଦ୍ୟାଳୟରେ ମୋଟ ୫୩ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଯାହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଚିନ୍ତାରେ ପଡିଛନ୍ତି ।
ସୂଚନା ଅନୁସାରେ, କରୋନା ସଂକ୍ରମଣ ପରେ ରାଜ୍ୟରେ ଧୀରେ ଧୀରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାରେ ଲାଗିଛି । ପ୍ରଥମେ ଦଶମ, ନବମ ଓ ଫରେ ଅଷ୍ଟମ ଶ୍ରେଣୀ ଖୋଲିଛି । ପରେ ସପ୍ତମ ଓ ଷଷ୍ଠ ଶ୍ରେଣୀ ଖୋଲିଛି । ମାତ୍ର ଏହାରି ଭିତରେ ୫୩ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ୫୩ ଛାତ୍ରୀ ସଂକ୍ରମିତ ହେବା ପରେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି । ଏବଂ ସେହିପରି ସମ୍ବଲପୁର ବୁର୍ଲା ଭୀମସାରେ ୨୨ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଛି । କିଛି ଦିନ ପୂର୍ବେ ସମସ୍ତେ ଏକ କାର୍ୟ୍ୟକ୍ରମରେ ଏକାଠି ହୋଇଥିଲେ । ଆଉ ସେଠାରୁ ସଂକ୍ରମଣ ବ୍ୟାପିଥିବା ଅନୁମାନ କରାଯାଉଛି । ବଢୁଥିବା ସଂକ୍ରମଣକୁ ଆଖିରେ ରଖି ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷର ଅଫଲାଇନ ପରୀକ୍ଷା ବାତିଲ ହୋଇଛି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଏବଂ ଶିକ୍ଷାଅନୁଷ୍ଠାନ ମାନେ ଚିନ୍ତାରେ ପଡିଛନ୍ତି ।